ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣି ଓ ସାମାଜିକ ସମୀକ୍ଷା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ୍ ପରିସରରେ ଶୁକ୍ରବାର ମନରେଗା ଓ ଜାତୀୟ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମର ଜନଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା,ଏପିଇଓ ସଞ୍ଜିତ କୁମାର ପରିଡ଼ା, ବ୍ଲକ୍ ସୋସିଆଲ ଅଡିଟର ବିମଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ମନରେଗା ଆଇନ ଅଧୀନରେ ଜନଶୁଣାଣି ହେବା ସହ ବ୍ଲକ୍‌ସ୍ତରୀୟ ଜନ ଶୁଣାଣି କମିଟି ଏବଂ ଗ୍ରାମ୍ୟ ସାଧନ କର୍ମୀମାନେ ତାଙ୍କର କାର୍ଯ୍ୟ ସଂପାଦନ ସମ୍ବନ୍ଧିତ ମତ ପ୍ରକାଶ କରିଥିଲେ। ବ୍ଲକ୍ ସୋସିଆଲ ଅଡିଟର ଶ୍ରୀ ବାଗ ସାମାଜିକ ସମୀକ୍ଷାର ପରିଚାଳନା କରିଥିଲେ।ଆର୍ଥିକ ବର୍ଷ ୨୦୨୪-୨୫ସାମାଜିକ ସମୀକ୍ଷା ଅବଧି ୧ ଅକ୍ଟୋବର ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫,୧ଏପ୍ରିଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ହୋଇଯାଇଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଓ ସାମାଜିକ ସମୀକ୍ଷା ସମ୍ବନ୍ଧିତ ଆଲୋଚନା ହୋଇଥିଲା। ଏଥିରେ ବ୍ଲକ ସ୍ତରୀୟ ସମସ୍ତ ପଦାଧିକାରୀ ଯୋଗଦେଇ ନିଜ ନିଜ ବିଭାଗକୁ ଆସିଥିବା ଅଭିଯୋଗ ପତ୍ର ଗ୍ରହଣକରି ସମାଧାନ କରିଥିଲେ।ଶିବିରରେ ୨୬ ଗୋଟି ଗ୍ରାମ ପଞ୍ଚାୟତରରୁ ଆସିଥିବା ସରପଞ୍ଚ, ପିଇଓ,ଏଡିଇଓ,ଜିଆରଏସ୍ ଓ ମନରେଗାରେ କାର୍ଯ୍ୟ କରିଥିବା ଲାଇନ ବିଭାଗ ଓ ଜବକାର୍ଡ ଧାରୀ ଉପସ୍ଥିତ ଥିଲେ। ଶେଷରେ ଏପିଇଓ ଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.