ସରଗୁଡା ଗାଁରେ ଜଙ୍ଗଲି ହାତୀ ଉପଦ୍ରବ, ଘର ଭାଙ୍ଗିଲେ ରାସନ ସାମଗ୍ରୀ ନଷ୍ଟ କଲେ ଆସବାପାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ ଲାଖବାହାଲି ପଞ୍ଚାୟତ ସରଗୁଡା ଗାଁରେ ଜଙ୍ଗଲୀ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ନିକଟସ୍ଥ ଝିମିରି ଜଙ୍ଗଲରେ ୨୨ ଟିକିଆ ହାତୀପଲ ରହିଥିବା ବେଳେ ଗତ ବିଳମ୍ବିତ ରାତିରେ ସରଗୁଡା ଗାଁରେ ପଶି ରାମଲାଲ ହରିଜନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇ ରାସନ ସାମଗ୍ରୀ ସମେତ ଆସବାପାତ୍ର ନଷ୍ଟ କରିଦେଇଛନ୍ତି। ସୂଚନା ମତେ ରାମଲାଲଙ୍କୁ ନିଜ ଅଞ୍ଚଳରେ ଠିକ ଭାବେ କାମ ନମିଳିବାରୁ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଯାଇଛନ୍ତି।ତାଙ୍କ ସ୍ତ୍ରୀ ସସ୍ମିତା ଦୁଇ ବର୍ଷର ପୁଅ ସହିତ ଘରେ ରହିଥିବା ବେଳେ ଗତ ବିଳମ୍ବିତ ରାତିରେ ୨୨ଟିକିଆ ହାତୀପଲ ନିକଟସ୍ଥ ଝିମିରି ଜଙ୍ଗଲରୁ ସରଗୁଡା ଗାଁକୁ ପଶି ଆସି ରାମଲାଲଙ୍କ ଘର ନିକଟରେ ଭୀଷଣ ଗର୍ଜନ କରିଥିଲେ। ଘରେ ନିଜ ପୁଅଙ୍କ ସହିତ ସସ୍ମିତା ରହିଥିବା ବେଳେ ହାତୀ ଗର୍ଜନ ଶୁଣି ପ୍ରାଣ ବିକଳରେ ସସ୍ମିତା ପୁଅକୁ ଧରି ପଡିସା ଘରକୁ ଯିବାରେ ସଫଳ ହୋଇଥିଲେ। ରାତିରେ ସେଠାରେ ରହିଯାଇଥିବା ବେଳେ ସକାଳୁ ଘରକୁ ଆସି ଦେଖିବା ବେଳକୁ ହାତୀପଲ ଧାନ,ଚାଉଳ ସମେତ ଆସବାପତ୍ର ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲେ। ସଂଗୃହିତ ସବୁ ରାସନ ସାମଗ୍ରୀ ଶହ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି। ବର୍ତ୍ତମାନ ଝିମିରି ଜଙ୍ଗଲ ଠାରେ ହାତୀପଲ ରହିଥିବାବେଳେ ଘଟଣା ସ୍ଥଳରେ ବିଜେପୁର ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି। ଏନେଇ ବିଜେପୁର ବନପାଳ ପଦ୍ମଲୋଚନ ଶବରଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ କରାଯାଇଛି ସରକାରଙ୍କ ବ୍ୟବସ୍ଥା ଯାହା ରହିଛି ସେସବୁ ଏମାନଙ୍କୁ କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.