ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତ ବାଲିପଡା ଛକର ନବରାତ୍ରୀ ଦୁର୍ଗାପୂଜା ବେଶ ଜମୁଛି। ପ୍ରତ୍ୟହ ସାନ୍ଧ୍ୟ ଆଳତିରେ ୫,୦୦୦ ରୁ ଉର୍ଦ୍ଧ୍ବ ମହିଳା ଭକ୍ତଙ୍କ ସମାଗମ ହେଉଥିବା ଦୃଶ୍ୟମାନ ହେଉଛି। ହେଲେ ପ୍ରତ୍ୟହ ଲଘୁଚାପ ଜନିତ ଝିପି ଝିପି ବର୍ଷା ପୂଜା ମାହୋଲକୁ ଫିକା କରି ଦେଉଛି। ପୂଜା କମିଟି ତରଫରୁ ଲୋକଙ୍କ ମନୋରଞ୍ଜନ ପାଇଁ ହେଉଥିବା କାର୍ଯ୍ୟକ୍ରମ ସବୁ ଫାଙ୍କା ପଡୁଛି। ଚଳିତ ବର୍ଷ ରାମ ମନ୍ଦିର ସଦୃଶ ତୋରଣ ବହୁତ ଆକର୍ଷଣୀୟ ହୋଇଛି। ୨୨ ତାରିଖରୁ ଆରମ୍ଭ ହୋଇଥିବା କଳସ ଯାତ୍ରାରୁ ନବରାତ୍ରୀ ପୂଜା ଆରମ୍ଭ ହୋଇ ଆଜି ପଞ୍ଚମ ଦିନରେ ପହଁଚିଛି। ଜୟଦୁର୍ଗା ପୂଜା କମିଟିର ଅଧ୍ୟକ୍ଷ ତଥା ଭାନପୁର ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା ଚାଲିଥିବା ବେଳେ ବାଲିପଡା ବଣିକ ସଂଘ ଓ ଜୟଦୁର୍ଗା ପୂଜା କମିଟିର ମିଳିତ ସହଯୋଗରେ ଚାଲିଛି ନବରାତ୍ରୀ ପୂଜା। ବାଲିପଡା ବସ୍ତି ସାଙ୍ଗକୁ ମୂଖ୍ୟ ରାସ୍ତାର ଦୁଇପଟେ ଅଧ କିଲୋମିଟର ବ୍ୟାପି ସୁନ୍ଦର ଆଲୋକ ମାଳାରେ ଝଲସି ଉଠୁଛି ବାଲିପଡା ଛକ। ଚଳିତ ବର୍ଷ ରୋହିତ ସାହୁ ଦମ୍ପତ୍ତି ପୂଜା କର୍ତ୍ତା ଭାବରେ ଦାୟୀତ୍ୱ ସମ୍ପାଦନ କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ ଘାସିରାମ ତ୍ରିପାଠୀ, ତରୁ ପାଢ଼ୀ ଓ ସହଯୋଗୀ ପଣ୍ଡିତ ଭାବରେ ନିକୁଞ୍ଜ ପାଢ଼ୀ, ଶିବ ତ୍ରିପାଠୀ ପ୍ରମୁଖ ପୂଜନ କାର୍ଯ୍ୟ ନିର୍ବାହନ କରୁଥିବା ଜଣାପଡିଛି। ପୂଜା ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ରାମ ମାଝୀ, ଉପାଧ୍ୟକ୍ଷ ତପନ ପଧାନ, ଉପଦେଷ୍ଟା ମୁଖ୍ୟ ପରେଶ ପଧାନ, ପୂଜା ସଭାପତି ଲୋଚନ ସାହୁ,ସାଧାରଣ ସମ୍ପାଦକ କୁନ୍ତ୍ ଭୋଇ, ପୂଜା ସମ୍ପାଦକ ଅଶୋକ କୁମାର ବାରିକ, ସହ ସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଜୟସେନ୍ ନାୟକ, ଅର୍ଥ ସମ୍ପାଦକ ବବଲୁ ଭୋଇ, ପ୍ରବୀଣ ରଣା, ଅଶୋକ ନାୟକ, ମନୋରଞ୍ଜନ ସମ୍ପାଦକ ରତି ସାହୁ, ବାଲାଜୀ ବେହେରା, ମିଡ଼ିଆ ସେଲ ସମ୍ପାଦକ ଟୁକୁ ପଧାନ ପ୍ରମୁଖ ବିଭିନ୍ନ ବିଭାଗ ଦାୟୀତ୍ୱରେ ରହି ପୂଜା ପରିଚାଳନା କରୁଛନ୍ତି। ୨୭/୯ ରୁ ଅକ୍ଟୋବର ୨ ଯାଏଁ ଲଗାତାର ମନୋରଞ୍ଜନର ପ୍ରୋଗ୍ରାମ ରହିଥିବା ବେଳେ ଲଗାତାର ଝଡି ବର୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିଚାଳନା କମିଟି ସଦସ୍ୟ ବୃନ୍ଦ।





