ନର୍ଲା ଦୁର୍ଗା ପୂଜା ଭଷାଣୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନବରାତ୍ରୀ ଦୁର୍ଗାପୂଜା ସମାପନ ହୋଇଛି। ଶୁକ୍ରବାର ଦିନ ଦେବୀ ବିସର୍ଜନ ହୋଇଥିଲା। ଦେବୀ ଦୁର୍ଗାଙ୍କ ମୃଣିୟ ପ୍ରତିମା ଏବଂ ପାର୍ଶ୍ୱ ଦେବତା ମାନଙ୍କୁ ସୁସଜ୍ଜିତ ଗାଡ଼ିରେ ବସାଇ ନର୍ଲା ନଗର ପରିକ୍ରମା କରିଥିଲେ ଶ୍ରଦ୍ଧାଳୁ ଭକ୍ତ। ନଗର ପରିକ୍ରମା ଓ ନାଚ ଗୀତ ପରେ ରାଣୀ ବନ୍ଧରେ ମାଙ୍କୁ ଭଷାଣୀ କରିଥିଲେ ଭକ୍ତବୃନ୍ଦ। ଚଳିତବର୍ଷ ପୂଜା କର୍ତ୍ତା ଭାବରେ ପଦ୍ମିନୀ ପଣ୍ଡା ଓ ବିଜୟ କୁମାର ପଣ୍ଡା ଦମ୍ପତି ଦାଇତ୍ୱ ନିର୍ବହାନ କରିଥିଲେ। ପଣ୍ଡିତ ଦୟାନିଧି ବିଶି, ସୁନାଶିର ମିଶ୍ର, ସହଯୋଗୀ ପ୍ରଭୋବ ଚାନ୍ଦ, ସରୋଜ ମହାପାତ୍ର, ନିରଜ ମହାପାତ୍ର, ସଞ୍ଜୟ ମହାପାତ୍ର, ସୁବ୍ରତ ମିଶ୍ର ପ୍ରମୁଖ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ଲଘୁଚାପ ଜନିତ ବର୍ଷା ଯୋଗୁଁ ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟାଘାତ ଉପୁଜିଥିଲା। ନର୍ଲା ଅଞ୍ଚଳ ବାସୀଙ୍କ ଆକୁଣ୍ଠ ସାହାଯ୍ୟ ଓ ସହଯୋଗରେ ୧୦ ଦିନ ଧରି ଶାନ୍ତି ଶୃଙ୍ଖଳାର ସହ ପୂଜା ସମ୍ପାଦିତ ହୋଇଥିବାରୁ ପୂଜା କମିଟିର ସଭାପତି ରାଜେନ୍ଦ୍ର ନାରାୟଣ ପୁଝାରୀ, ଉପସଭାପତି ଚକ୍ର ଗୌଡ, ସାଧାରଣ ସମ୍ପାଦକ ଦୀପୁ ପାତ୍ର, ଯୁଗ୍ମ ସମ୍ପାଦକ ଘାସିରାମ ସାହୁ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ, ସହ କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ନାଗ ଏବଂ କମିଟିର ସଦସ୍ୟ ବୃନ୍ଦ ଜନ ସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.