ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ଗ୍ରାମର ମାଉସୀ ମନ୍ଦିର ପଡାରେ ଭାଇ ଜିଉଁତିଆ କମିଟିର ଭଉଣୀମାନଙ୍କ ଦ୍ୱାରା ସୁନ୍ଦରା କାଣ୍ଡ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛନଛଡା ଗ୍ରାମର ପ୍ରକାଶ ମହାକୁର ସୁନ୍ଦରା କାଣ୍ଡ ପଠନ କରିଥିବା ବେଳେ କିରନ ଚିନ୍ଦା ଓ ସାଥି ବାଦ୍ୟ ପରିବେଷଣ କରିଥିଲେ। ଗ୍ରାମର ଆବାଳବୃଦ୍ଧବନିତା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।