ରବିନ୍ଦ୍ର କରକରିଆ ହେଲେ ରାୟଗଡ଼ା ଜିଲ୍ଲା ବିଜେଡି ମିଡ଼ିଆ ସଂଯୋଜକ 

ଛୁଟୁଛି ଶୁଭେଚ୍ଛାର ସୁଅ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଲା ବିଜେଡି ମିଡ଼ିଆ ସଂଯୋଜକ ଭାବେ କୋଲନରା ବ୍ଲକ ରିଭୋଲକୋଣା ଗ୍ରାମର  ରବିନ୍ଦ୍ର କରକରିଆଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏଥିପାଇଁ ଶ୍ରୀ କରକରିଆ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଦାୟିତ୍ୱ ମୋ ପାଇଁ କେବଳ ଗର୍ବର କଥା ନୁହେଁ ବରଂ ଏହା ମୋ ପାଇଁ ଏକ ବୃହତ୍ ଗୁରୁ ଦାୟିତ୍ୱ ମୁଁ ସଦା ସର୍ବଦା ଦଳର ନୀତି, ଆଦର୍ଶ, ଦୃଷ୍ଟିକୋଣ ଓ ଲକ୍ଷ୍ୟକୁ ମନେ ରଖି କାମ କରିଆସିଛି ସେଥିପାଇଁ ଦଳର ସୁପ୍ରିମୋ ମୋ ଉପରେ ଯେଉଁ ଆଶା ଭରସା କରି ମୋତେ ଏହିଗୁରୁ ଦାୟିତ୍ୱ ଦେଇଛନ୍ତି ମୁଁ ଦଳର ହିତ ପାଇଁ ସମସ୍ତ ଦଳୀୟ କର୍ମୀଙ୍କୁ ନେଇ କାମ କରିବି ବୋଲି କହିଛନ୍ତି। ଏଥି ପାଇଁ ରାୟଗଡ଼ା ଜିଲ୍ଲାର ଦଳୀୟ କର୍ମୀ ମାନେ ରବିନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.