ଲାଞ୍ଜିଗଡ଼ ଅଞ୍ଚଳରେ ଧର୍ମାନ୍ତିକରଣ ଅଭିଯୋଗ ନେଇ ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ସରଳତା ଦେଖି ଖ୍ରୀଷ୍ଟ ଧର୍ମୀ ମାନେ ବ୍ଲକର ପ୍ରତ୍ୟୋକ ଗାଁ ଗାଁକୁ ଯାଇ ଟଙ୍କା ସହିତ ବିଭିନ୍ନ ପ୍ରଲୋଭନ ଦେଖାଇ ଯୋର ଜବରଦସ୍ତ ବେଆଇନ ଭାବରେ ହିନ୍ଦୁ ମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଧର୍ମାନ୍ତିକରଣ କରାଉଥିବା ଅଭିଯୋଗ ହେଉଛି। ତେବେ ଟଙ୍କା ପଇସା ଓ ଧନର ଲାଳସା ଦେଖି ଲାଞ୍ଜିଗଡ଼ ବ୍ଲକରେ କିଛି ବର୍ଷହେଲା ହିନ୍ଦୁ ଧର୍ମରୁ ପରିବର୍ତନ କରି ଖ୍ରୀଷ୍ଟ ଧର୍ମ ନେବାରେ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ କିଛି ଦିନ ତଳେ ଲାଞ୍ଜି ପଞ୍ଚାୟତ ସ୍ଥିତ ମୂଷାନାଲ ଗାଁର ଜଣେ ଖ୍ରୀଷ୍ଟ ଧର୍ମୀ ମୃତ୍ୟୁ ବରଣ କରିଥିଲେ। ଉକ୍ତ ମୃତ ଶବକୁ ନେଇ ଗାଁ ମଶାଣିରେ ଶବ ପୋତି ସମାଧି ତିଆରି କରିଥିବାବେଳେ ଏହାକୁ ନେଇ ଗ୍ରାମର ହିନ୍ଦୁ ପରିବାର ବିରୋଧ କରି ଗତ ୨୮ ତାରିଖ ଦିନ ବିଶ୍ୱନାଥପୁର ଥାନା ଓ ତହସିଲଦାର ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନନେବାରୁ ଆଜି ପାଞ୍ଚଟି ପଞ୍ଚାୟତରୁ ଶତାଧିକ ଲୋକ ଏକଜୁଟ ହୋଇ ମୂଷାନାଲ ବଜାର ପଡ଼ାରେ ଏକ ବୈଠକ କରିଥିଲେ। ଉକ୍ତ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଥାନାରେ ଏତଲା ଦିଆଗଲା ପରେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଯଦି ପୋଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ଲକର ୧୩ଗୋଟି ପଞ୍ଚାୟତର ଜନସାଧାରଣ ଏକତ୍ରିତ ହୋଇ ଥାନା ଘେରାଓ ସହିତ ରାସ୍ତା ରୋକ କରିବୁ ଓ ରାସ୍ତା ରୋକରେ ଯଦି କୌଣସି ଦୁର୍ବିପାକ ଘଟେ ତାହେଲେ ପୋଲିସ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ପାଞ୍ଚଟି ପଞ୍ଚାୟତବାସୀ ଚେତାବନି ଦେଇଛନ୍ତି। ତେବେ ଏନେଇ ବିଶ୍ୱନାଥପୁରା ଥାନା ଅଧିକାରୀ ତୁଳସୀରାମ ଶବରଙ୍କୁ ପଚାରିବାରୁ ଉଭୟ ପକ୍ଷ ଥାନାକୁ ଆସିଥିଲେ ସେମାଙ୍କୁ ବୁଝାସୁଝା କରିଛୁ ବର୍ତମାନ ତହସିଲଦାର ପାଖକୁ ଯାଇଛନ୍ତି ତହସିଲଦାର ସେମାନଙ୍କ ପାଇଁ ଜାଗା ଚିହ୍ନଟ କରି ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.