ଯୁବକଙ୍କୁ ଦଳିଦେଲା ହାତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):‌ ରବିବାର ଦିନ ପ୍ରାୟ ୧୧.୩୦ଟା ସମୟରେ ଜଙ୍ଗଲକୁ ଛେଳି ଓ ଗାଈ ଚରାଇବାକୁ ଗାଁର କିଛି ଲୋକଙ୍କ ସହିତ ଯାଇଥିଲେ ଲାଞ୍ଜିଗଡ଼ ବ୍ଲକ କୁମଖାଲ ପଞ୍ଚାୟତ କାତୁଲବାଇ ଗାଁର ଅନୀଲ ମାଝୀ(୧୮)। ଗାଁକୁ ଲାଗିଥିବା ବରୀ ଜଙ୍ଗଲରେ ଛେଳି ଚରାଉଥିବାବେଳେ ହଠାତ ଜଙ୍ଗଲ ଭିତରୁ ହାତୀପଲ ବାହାରି ଆସିବା ସହିତ ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ହାତୀ ଦେଖି ଭୟରେ ସମସ୍ତେ ଦୌଡ଼ି ପଳାଇଥିବାବେଳେ ଅନୀଲ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଅନୀଲକୁ ହାତୀପଲ ଆକ୍ରମଣ କରିବା ସହିତ ପାଦରେ ଦଳିଦେବାରୁ ସେ ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ହସ୍ପିଟାଲ ନେବାକୁ ଉଦ୍ୟମ କରୁଥିବା ସମୟରେ ଅନୀଲଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.