ଝରବାହାଲିରେ ଗିରି ଗୋବର୍ଦ୍ଧନ ପୂଜା ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ସ୍ଥିତ ଗିରି ଗୋବର୍ଦ୍ଧନ ପ୍ରହରୀ ମଣ୍ଡପ ଠାରେ ସଭାପତି ହରିଶ୍ଚନ୍ଦ୍ର ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଗିରି ଗୋବର୍ଦ୍ଧନ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ବଂଶୀଧର ସୁନାନୀ ସଭା ସଂଯୋଜନା କରିଥିଲେ | ଯୁବରାଜ ବଗର୍ତ୍ତୀ, ଚନ୍ଦ୍ରଭାନୁ ବଗର୍ତ୍ତୀ, କୁଞ୍ଜ ବଗର୍ତ୍ତୀ, ଅକ୍ଷୟ ଘିଭେଲା, ମହେନ୍ଦ୍ର ବାଗ, ମାଟୁ ବଗର୍ତ୍ତୀ, ଜଗଦୀଶ ପୋଢ଼, କବିରାଜ ବଗର୍ତ୍ତୀ, ଅନନ୍ତ କାଲସାଏ, ଅନାଦି ବଗର୍ତ୍ତୀ, ଭୂପେନ୍ଦ୍ର ବାଗ, ପୁରୁଷୋତ୍ତମ ନିଆଲ, ପୃଥ୍ଵୀରାଜ ଭୁଏ, ରାଧେଶ୍ୟାମ ନାଏକଙ୍କ ସମେତ ଝରବାହାଲି ଗ୍ରାମର ଯୁବ ଗୋଷ୍ଠୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୂଜା ଅବସରରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବ | ରାତ୍ରରେ ମହିଳା ଦଣ୍ଡନୃତ୍ୟ (ଚୁନି ବଗର୍ତ୍ତୀ) ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ସଭାରେ ସିଦ୍ଧାନ୍ତ ନିଆଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.