କଟକ ସମେତ ରାଜ୍ଯରେ ଶାନ୍ତି ସୌହାର୍ଦ୍ଦ୍ୟ ଓ ଭାଇଚାରା ରକ୍ଷା କରିବା ପାଇଁ ବାମପନ୍ଥୀ ଦଳମାନଙ୍କ ନିବେଦନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗତ ୫ ଅକ୍ଟୋବର ଦିନ କଟକରେ ଘଟିଯାଇଥିବା ଅଭାବନୀୟ ଘଟଣାରେ ୪ ପ୍ରମୁଖ ବାମପନ୍ଥୀ ଦଳ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସଵାଦୀ), ସିପିଆଇ(ଏମ୍-ଏଲ୍) ଲିଵରେସନ ଏଵଂ ଅଲ୍ ଇଣ୍ଡିଆ ଫରଓ୍ଵାର୍ଡ ଵ୍ଲକ ପକ୍ଷରୁ ସିପିଆଇ ରାଜ୍ଯ କାର୍ଯ୍ୟାଳୟ ଭଗବତୀ ଭବନ ଠାରେ ଅନୁଷ୍ଠିତ ଏକ ମିଳିତ ବୈଠକରେ ଗଭୀର ଉଦବେଗ ପ୍ରକାଶ କରାଯାଇଛି। କଟକ ସହରରେ ସାର୍ବଜନୀନ ଦୁର୍ଗାପୁଜା ଓ ଦଶହରା ଯାହାକି ସାଂସ୍କୃତିକ ଉତ୍ସଵ, ଶାନ୍ତି, ଭାଇଚାରାର ଅଵସରଭାଵେ ପାଳିତ ହୋଇଆସିଥିଲା, ତାହା ବଦଳରେ ସାମ୍ପ୍ରଦାୟିକ ଉତ୍ତେଜନା ଏଵଂ ପୋଲିସ ଅଧିକାରୀମାନଙ୍କ ଉପରେ ଯୋଜନାବଦ୍ଧ ରକ୍ତାକ୍ତ ଆକ୍ରମଣ ଦ୍ଵାରା ସମ୍ପୁର୍ଣ୍ଣ ବିଗିଡି ଯାଇଛି। ବିଦ୍ୱେଷ ସୃଷ୍ଟିକାରୀ ଶକ୍ତିମାନଙ୍କୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ଏବଂ ପୁଲିସ୍ ର ସଠିକ୍ ଆକଳନର ଅଭାବ ଯୋଗୁଁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଏହା କେବଳ ଆଇନ ଶୃଙ୍ଖଳାର ପ୍ରଶ୍ନ ନୁହେଁ, ପରନ୍ତୁ ସାଧାରଣ ନାଗରିକଙ୍କ ଧନ, ଜୀଵନ, ସମ୍ମାନ, ସୈ।ହାର୍ଦ୍ଦ/ ସୌହର୍ଦ୍ଦ୍ୟପୁର୍ଣ୍ଣ ବାତାବରଣର ସୁରକ୍ଷା ସହ ଆଇନର ଶାସନକୁ ସୁନିଶ୍ଚିତ କରିବା ଭଳି ବିଷୟ ଅତି ଗୁରୁତ୍ଵପୂର୍ଣ୍ଣ ଅଟେ। ଏଣୁ, ପ୍ରଶାସନ ମିଥ୍ଯା, ଗୁଜବ ଏବଂ ଘୃଣାର ପ୍ରଚାର ଵନ୍ଦ କରିବା ପାଇଁ ପଦକ୍ଷେପ ସହ ହିଂସା, ସାମ୍ପ୍ରଦାୟିକ ଉତ୍ତେଜନା, ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଇନାନୁମୋଦିତ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଵାମପନ୍ଥୀ ଦଳର ନେତୃବୃନ୍ଦ ଦାବି କରିଛନ୍ତି। ସଠିକ ସମୟରେ ତ୍ଵରିତ ପଦକ୍ଷେପ ନେଇ ସଂଘ ପରିଵାର ଦ୍ବାରା ସହର ବାହାରୁ ଅଣାଯାଇଥିବା ଅସାମାଜିକ ତତ୍ତ୍ଵଙ୍କ ସଶସ୍ତ୍ର ଓ ଉଗ୍ର ଶୋଭାଯାତ୍ରାକୁ ପ୍ରଶାସନ ଦ୍ଵାରା ଆରମ୍ଭରୁ ରୋକା ଯାଇ ପାରିଥିଲେ ଏଭଳି ଏକ ଅପ୍ରିତିକର ପରିସ୍ଥିତିକୁ ଏଡାଯାଇ ପାରିଥାନ୍ତା। ଏହି ଘଟଣାରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ – ପୋଲିସର ମନୋବଳକୁ ଦୁର୍ବଳ କରିବା ସହ ଏକ ଅରାଜକ ପରିସ୍ଥିତି ସୃଷ୍ଟି କରିବା ପାଇଁ ହୋଇଥିବା ଉଦ୍ୟମକୁ ଏହି ବୈଠକରେ ନିନ୍ଦା କରାଯାଇଛି। ତେଣୁ କଟକର ସମସ୍ତ ସାହି ମୁରଵୀ, ପୁଜା କମିଟି, ଧର୍ମନୀରପେକ୍ଷ ଶକ୍ତି, ରାଜନୈତିକ ଦଳ ଓ ପ୍ରଗତିଶୀଳ ଜନଗଣଙ୍କୁ ସାମିଲ କରି ପ୍ରଶାସନ ଶାନ୍ତି, ସଦଭାବନା ଓ ଭାଇଚାରାର ପୁନଃ ପ୍ରତିଷ୍ଠା କରିବା ସହ ସମ୍ବିଧାନ ବିରୋଧୀ ଉତଶୃଙ୍ଖଳିତ ଶକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଶାନ୍ତି ପ୍ରତିଷ୍ଠା ପର୍ଯ୍ଯନ୍ତ ଆଇନର ପରିଧି ମଧ୍ୟରେ ସମସ୍ତ ସମ୍ଭାବ୍ୟ ପ୍ରଶାସନିକ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଏହି ନେତାମାନେ ଗୁରୁତ୍ଵ ଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଯେଭଳି ପୁନରାବୃତ୍ତି ନହେବ ସେଥିପାଇଁ ସମସ୍ତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଓ ପ୍ରଗତିଶୀଳ ରାଜନୈତିକ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷ ଆଗେଇ ଆସିବାକୁ ବାମପନ୍ଥୀ ଦଳର ନେତୃବୃନ୍ଦ ନିବେଦନ କରିଛନ୍ତି।ଆଜିକାର ଏହି ବୈଠକରେ ସିପିଆଇ ରାଜ୍ଯ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ର ରାଜ୍ଯ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ୍-ଏଲ୍) ଲିଵରେସନର ରାଜ୍ଯ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ଅଲ୍ ଇଣ୍ଡିଆ ଫରଓ୍ଵାର୍ଡ ଵ୍ଲକ ରାଜ୍ଯ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସମେତ ପୁର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ରାଧାକାନ୍ତ ସେଠୀ, ଜୟନ୍ତ ଦାସ, ବିଜୟ ଜେନା, ଏବଂ ଵଦ୍ରୀ ନାରାୟଣ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.