୧୮ ବର୍ଷରେ ପଦାର୍ପଣ କଲା ଗୋହୀରାପଦର ଗ୍ରାମର ଗଜଲକ୍ଷ୍ମୀ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁର ଗ୍ରାମ ପଂଚାୟତର ଗୋହୀରାପଦର ଗ୍ରାମର ବହୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଧୁମଧାମରେ ଚାଲିଛି। ୧୮ ବର୍ଷରେ ପଦାର୍ପଣ କରିଛି ଏହି ପୁଜା। ପୂଜା କମିଟିର ତତ୍ୱବାଧାନରେ  ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ଏନେଇ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଥାନୀୟ ପୁଷ୍କରିଣୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସଂକୀର୍ତ୍ତନ ମଣ୍ଡଳୀ ଓ ବ୍ୟାଣ୍ଡ ବାଜା ସହ ୫୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମହିଳା ଭକ୍ତ ମାନେ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ। ଏହାପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିଲା ଗଜଲକ୍ଷ୍ମୀ ପୂଜା। କମିଟିର ସଭାପତି ହେମନ୍ତ ସାହୁ ଓ ସମ୍ପାଦକ ପ୍ରଶାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ସୋମବାର ଦିନରୁ ଗଜଲକ୍ଷ୍ମୀ ପୂଜନ ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଛି। ଏଥିରେ ଗ୍ରାମର ୭୦ ରୁ ଉର୍ଦ୍ଧ୍ବ ବ୍ରତୀ ହବିଶ୍ୟାଳି ପୁରାଣ ଶୁଣି ବ୍ରତ ପାଳନ କରୁଥିବା ଜଣାପଡିଛି। ପ୍ରଥମ ଦିନ ୬/୧୦ ରାତିରେ କଳାହାଣ୍ଡି ତାଳପଦର ମା ମଙ୍ଗଲେଶ୍ୱରୀ ନାଟ୍ୟ କଳା ପରିଷଦର “ଧରମ ଆଖିରୁ ଲୁହ ସରୁନି” ନାଟକ ମଞ୍ଚସ୍ଥ ହୋଇଛି। ସେଇଭଳି ପୂଜାର ଦ୍ଵିତୀୟ ରାତ୍ର ୭/୧୦ ମଙ୍ଗଳବାର ରାତି ସୁନାମାଳର ମାନପୁରିଆଣି ନାଟ୍ୟ କଳା ଅନୁଷ୍ଠାନର ନାଟକ “ବାଜେ ଝିଅ ଖୋଜେ ଶଙ୍ଖା ସିନ୍ଦୁର” ନାଟକ, ୮/୧୦ ବୁଧବାର ତୃତୀୟ ରଜନୀରେ ମା ପାଟ ମାଉଳି ନାଟ୍ୟ କଳା ଅନୁଷ୍ଠାନ ଡୋଟୋର ନାଟକ “ସୁନ୍ଦରୀ ଝିଅ ସାଜିଲା କାଳ”ଓ ଶେଷ ରଜନୀ ୯/୧୦ ଗୁରୁବାର ରାତିରେ ପ୍ରେମ ଚାନ୍ଦ ବାବାଙ୍କ ଖଞ୍ଜଣି ଦଳର ଖଞ୍ଜଣି ପରିବେଷଣ ଭଳି ମନୋରଞ୍ଜନ ର କାର୍ଯ୍ୟକ୍ରମ ରଖିଛି ପରିଚାଳନା କମିଟି। ଗୋହୀରାପଦର ଗଜଲକ୍ଷ୍ମୀ ପୂଜା ୬/୧୦ ସୋମବାର ରୁ ୯/୧୦ ଗୁରୁବାର ଯାଏଁ ୪ ଦିନ ଧରି ପାଳିତ ହେଉଥିବା ବେଳେ ୧୦/୧୦ ଶୁକ୍ରବାର ଏହାର ପୂର୍ଣ୍ଣାହୂତି ପଡ଼ିବା ସହ ମୂର୍ତ୍ତି ବିସର୍ଜନ ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ଶୁଭଶ୍ରୀ ସାହୁ ଓ ତ୍ରିଲୋଚନ ସାହୁ ଦମ୍ପତି ଦାୟୀତ୍ବ ନିର୍ବହନ କରୁଥିବା ବେଳେ ପୂଜକ ପଣ୍ତିତ ତାରାପୁର ସର୍ଗୀଗୁଡ଼ା ର ସୁରେଶ କୁମାର ପଣ୍ଡା ଓ ପାଠକ ଭାବରେ ତାଙ୍କ ସହଯୋଗୀ ବୈଲୋଚନ ପଣ୍ଡା ପୂଜା ପରିଚାଳନା କରୁଥିବା ଜଣାପଡିଛି। ପୁର୍ବତନ ସରପଞ୍ଚ ଟିକେଧର ସାହୁ ଓ ଲାଲୁ ସାହୁ ଉପଦେଷ୍ଟା ଭାବରେ ମାର୍ଗଦର୍ଶନ ଦେଉଥିବା ବେଳେ ଖୁଲୁରାମ ସାହୁ, କୁଞ୍ଜବନ ସାହୁ, ଛବିଲାଲ ସାହୁ, ପରମାନନ୍ଦ ସାହୁ, ସତ୍ୟବାଦୀ ସାହୁ ପ୍ରମୁଖ ପୂଜା ପରିଚାଳନା କରୁଥିବା ସୂଚନା ମିଳିଛି। ଶାନ୍ତି ଶୃଙ୍ଖଳାର ସହ ଗୋହୀରାପଦର ଗଜଲକ୍ଷ୍ମୀ ପୂଜା ଚାଲିଥିବାରୁ ପୂଜା ପରିଚାଳନା କମିଟିର କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.