ଶଙ୍କରମାଳରେ ଗଜଲକ୍ଷ୍ମୀ ପୁଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଶାନ୍ତପୁର ଗ୍ରାମ ପଞ୍ଚାୟତର ଶଙ୍କରମାଳରେ ଚାଲିଛି ଗଜଲକ୍ଷ୍ମୀ ପୂଜା। ଏନେଇ ରବିବାର ଅପରାହ୍ନରେ ସ୍ଥାନୀୟ ପୁଷ୍କରିଣୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହୋଇ ଗଲାଣି ଶଙ୍କରମାଳ ଗ୍ରାମରେ ଚାଲି ଆସୁଛି ଗଜଲକ୍ଷ୍ମୀ ପୂଜା। ସମସ୍ତ ଗ୍ରାମବାସୀ ମିଶିକି ପୂଜା କରୁଥିବା ଜଣାପଡିଛି। ପରିଚାଳନା କମିଟିର ସଭାପତି ରୋଶନ ସିଂ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଚାଲିଥିବା ବେଳେ ଉପସଭାପତି କୁଳମଣି ମାଝୀ, ସମ୍ପାଦକ ମୋହନ ଚରଣ ମାଝୀ ପ୍ରମୁଖ ପୂଜା ପରିଚାଳନା କରୁଛନ୍ତି। ଧିରା ମାଝୀ ଓ ଧୁବଲେ ମାଝୀ ଦମ୍ପତି ପୂଜା କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ପୁଜକ ଭାବରେ ପଣ୍ଡିତ ସଞ୍ଜୟ ମିଶ୍ର, ଜପକ ଭାବରେ ରମେଶ ମିଶ୍ର ଓ ପାଚକ ଭାବରେ ଭବାନୀ ବେହେରା ଦାଇତ୍ୱ ସମ୍ପାଦନ କରୁଥିବା ଜଣାପଡିଛି। ଜନ୍ମେଜୟ ମାଝୀ ଓ ଚୁଡ଼ାମଣି ମାଝୀ ଉପଦେଷ୍ଟା ଭାବରେ ମାର୍ଗ ଦର୍ଶନ ଦେଉଥିବା ବେଳେ ପ୍ରତ୍ୟହ ୫୦ ରୁ ଉର୍ଦ୍ଧ୍ୱ ବ୍ରତୀ ପୁରଣ ଶୁଣିବା ସହ ହବିଶ କରୁଥିବା ସୂଚନା ମିଳିଛି। ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ପୂଜା ଚାଲିବା ପରେ ଆସନ୍ତା ବୁଧବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପୂର୍ଣ୍ଣାହୂତି ଓ ଅପରାହ୍ନ ୪ ବେଳେ ବିସର୍ଜନ କରାଯିବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.