ବାଲେଶ୍ବରରେ ଜାରି ହୋଇନି କର୍ଫ୍ୟୁ : ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ରାତ୍ରୀକାଳୀନ ଦୋକାନ ବନ୍ଦ କଟକଣା, ସୃଷ୍ଟୀକରଣ ରଖିଲେ ଜିଲ୍ଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ଦୀପାବଳି ପର୍ବ ଉପଲକ୍ଷେ ସାଧାରଣରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ଦ୍ବାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ୨୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ରାତ୍ରି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି। ଏହି ବ୍ୟବସ୍ଥା ରାତ୍ରି ସମୟରେ ଅନାବଶ୍ୟକ ଭିଡ଼କୁ ଦୂର କରିବା ପାଇଁ ଓ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି ବୋଲି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରାଯାଇଛି। ଏହା ଦ୍ବାରା ସ୍ପଷ୍ଟ କରାଯାଇଛି ଯେ ଜିଲ୍ଲାରେ କୌଣସି ରାତ୍ରିକାଳୀନ କର୍ଫୁ ଜାରି ହୋଇନାହିଁ। ଏ ସମ୍ବନ୍ଧରେ କୌଣସି ଅପପ୍ରଚାର କିମ୍ବା ଭୁଲ୍ ସୂଚନା ଠାରୁ ଦୂରେଇ ରହିବାକୁ ଓ ପ୍ରଶାସନର ନିର୍ଦ୍ଦେଶ ଅନୁସରଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.