ଅଟୋ ଚାଳକଙ୍କ ମହାନତା: ପ୍ରକୃତ ମାଲିକଙ୍କୁ ଫେରାଇଲେ ହଜିଯାଇଥିବା ସାମଗ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ଦିବାକର ବେହେରା ତାଙ୍କ ପରିବାର ସହ ଗତ ୨ ଅକ୍ଟବର ଦିନ କୌଣସି କାମରେ ଭବାନୀପାଟଣା ଆସିଥିଲେ। କାମ ସାରି ଭବାନୀପାଟଣା ବସଷ୍ଟାଣ୍ଡକୁ ଏକ ଅଟୋରେ ଆସି ଓହ୍ଲାଇବା ସମୟରେ ତାଙ୍କ ବ୍ୟାଗଟି ଭୁଲିଯାଇଥିଲେ। ସହରର ବିଭିନ୍ନ ସିସି ଟିଭି ଯାଞ୍ଚ କରିବା ପରେ ମଧ୍ୟ ବ୍ୟାଗର କୌଣସି ପତ୍ତା ମିଳିନଥିଲା। ଏପଟେ ଅଟୋ ଚାଳକ ଉକ୍ତ ବ୍ୟାଗର ଏକ ବିଲରୁ ମୋବାଇଲ ନମ୍ବର ସଂଗ୍ରହ କରି ନର୍ଲା ଚାରିଛକରେ ଥିବା କଭର ୱାଲଡ଼ ମୋବାଇଲ ଦୋକାନର ମାଲିକଙ୍କୁ ଯୋଗାଯୋଗ କରିଥିଲେ। ଗତକାଲି ସୋମବାର ସନ୍ଧ୍ୟା ସମୟରେ ମୋବଇଲ ଦୋକାନି ଶ୍ରୀଯୁକ୍ତ ବେହେରା ଉକ୍ତ ବିଷୟରେ ଜଣାଇ ଅଟୋ ଚାଳକଙ୍କୁ ଯୋଗାଯୋଗ କରିବାରୁ ଅଟୋ ଚାଳକ ଜଣକ ନର୍ଲା ଥାନା କମର୍ଦ୍ଧା ଗ୍ରାମପଞ୍ଚାୟତ ମୁଣ୍ଡାଗାଁର ହେମନ୍ତ ପୁଝାରୀ ବୋଲି ଜଣା ପଡିଥିଲା ଏବଂ ବ୍ୟାଗକୁ ତାର ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି। ଅଟୋ ଚାଳକଙ୍କ ମହାନତା ପାଇଁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.