ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ରାହ୍ମଣ ସମାଜ ତରଫରୁ ସମାଜର ସଦସ୍ୟ ତଥା ସାମ୍ବାଦିକ ସ୍ୱର୍ଗତ କାଶିନାଥ ଦାଶଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି। ମଙ୍ଗଳବାର ସ୍ୱର୍ଗତ ଦାସଙ୍କ ଦଶାହ କାର୍ଯ୍ୟ ସମ୍ପାଦନ ହୋଇଛି। ସଂଧ୍ୟା ୫ ଘଣ୍ଟା ସମୟରେ ନର୍ଲା ବ୍ରାହ୍ମଣ ସଂଘର ସଭାପତି ବଦ୍ରୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ତଥା ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରୀପାଠୀ ଓ ବରିଷ୍ଠ ସାମ୍ବାଦିକ ତଥା ସର୍ଗିଗୁଡା ବ୍ରାହ୍ମଣ ସମାଜର ସାଧାରଣ ସମ୍ପାଦକ ଲିଙ୍ଗରାଜ ମିଶ୍ର ପ୍ରମୁଖ ସ୍ୱର୍ଗତ ଦାସଙ୍କ ବୁରାଟ ଗ୍ରାମ ସ୍ଥିତ ବାସଭବନକୁ ଯାଇ ତାଙ୍କ ସ୍ତ୍ରୀ ସୁନିତା ଦାଶ ଓ ପୁତ୍ର ଅନୁରାଗ ଦାଶଙ୍କୁ ସହଯୋଗ ରାଶି ପ୍ରଦାନ କରିବା ସହ ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।