ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମଙ୍ଗଳବାର ରାତିରେ ଅନେକ ‘ବ୍ରହ୍ମକମଳ’ ପୁଷ୍ପ ଫୁଟିଛି ଲାଞ୍ଜିଗଡ଼ ରୋଡ଼ ବାସିନ୍ଦା ତଥା ରାଜନେତା ଦିପକ କୁମାର ମହାପାତ୍ରଙ୍କ ଘର ଅଗଣାରେ। ହିମାଳୟର ପର୍ବତ୍ୟାଞ୍ଚଳରେ ସାଧାରଣତଃ ଫୁଟିଥାଏ ବ୍ରହ୍ମକମଳ। ଏହା ଦେବତାମାନଙ୍କ ଅତି ପ୍ରୀୟ ହୋଇଥିବାବେଳେ ପୁଣ୍ୟ ଫଳରେ ମାନବଙ୍କୁ ଦର୍ଶନ ଦେଉଥିବା ବିଶ୍ଵାସ ରହିଛି। କିଛିଦିନ ପୂର୍ବରୁ ଧରାବତରଣ କରି ଭକ୍ତଜନଙ୍କ ଅଭିଷ୍ଟ ପୂରଣ କରି ବାହୁଡ଼ି ଯାଇଛନ୍ତି ଜଗତଜନନୀ ଦୁର୍ଗା। ଏବେ ଚାଲିଛି ଧନ ପ୍ରଦାୟିନୀ ଦେବୀ ଗଜଲକ୍ଷ୍ମୀଙ୍କ ପୂଜା।
ଏହି ସମୟରେ ଏହି ପୁଷ୍ପ ଫୁଟିବା ଦୈବୀ କୃପା ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ତେବେ ଏହି ପୁଷ୍ପକୁ ଭକ୍ତି ସହକାରେ ପୂଜା କରାଯିବା ସହ ଦେବାଦେବୀଙ୍କୁ ଅର୍ପଣ କରାଯାଇଛି।




