ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଲମପୁର ବ୍ଲକ ବନ୍ଧକନା ଗ୍ରାମର ଖେଳ ପଡିଆ ଠାରେ ମା ଗଜଲକ୍ଷ୍ମୀଙ୍କର ୧୬ତମ ପୂଜା ମହାସମାରୋହରେ ଚାଲିଛି । ଏହି ଗଜଲକ୍ଷ୍ମୀ ପୂଜା ଆସନ୍ତା ୧୦ ତାରିଖ ଯାଏ ଚାଲିବ। ଚଳିତ ବର୍ଷ ମୂର୍ତ୍ତି ଓ ମଣ୍ଡପ ଆକର୍ଷଣ ହୋଇଛି। ହରେଶ୍ୱର ମାଝୀ ଓ ତାଙ୍କ ସହଧର୍ମିଣୀ ନୀଳାମଣୀ ମାଝୀ ପୂଜା କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରୁଥିବାବେଳେ ଅକ୍ଷୟ ବେହେରା ପୂଜକ ଦାଇତ୍ୱରେ ରହିଛନ୍ତି।ପୂଜା କମିଟିର ସଭାପତି ମିଳୁ ଛତ୍ରିଆ, ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସିଂ, କୋଷାଧକ୍ଷ ମଣ୍ଟୁ ସିଂ, ବଳରାମ ଛତ୍ରିଆ, ଭୋଳା ପାତ୍ର, ଗଣେଶ ବାଗ, ରାଜୀବ ଧଙ୍ଗଡ଼ା ମାଝୀ, ନୀଳାଞ୍ଚଳ ଛତ୍ରିଆ, ନେତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଆଜି ରାତିରେ ଏକ କାଳ୍ପନିକ ପୌରାଣିକ ନାଟକ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ରହିଛି।