କଂଗ୍ରେସ ପକ୍ଷରୁ ଭୋଟ ଚୋରି ଦସ୍ତଖତ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ଜୟପାଟଣା ବ୍ଲକ୍ କଂଗ୍ରେସ୍ ପକ୍ଷରୁ ଭୋଟ ଚୋରି ଦସ୍ତଖତ ଅଭିଯାନର ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ରୱାଲ ଭବନ ଠାରେ ପୂର୍ବତନ ଜିଲ୍ଲା କଂଗ୍ରେସ୍ ଉପ ସଭାପତି ପ୍ରକାଶ ଦୂରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସର୍ବ ପ୍ରଥମେ ଦିବଂଗତ କଂଗ୍ରେସ ନେତା ପ୍ରଭାକର ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ଭୋଟ ଚୋରି ପ୍ରଙ୍ଗରେ ପୁଙ୍କନୁ ପଙ୍ଖା ଆଲୋଚନା କରି ଭାରତୀୟ ଜାତୀୟ କଂଗ୍ରେସ୍ ସଭାପତି ଶ୍ରୀମାନ ମାଲିକାର୍ୟୁନ ଖଡଗେ ଓ ବିରୋଧୀ ଦଳ ନେତା ଶ୍ରୀମାନ ରାହୁଲ ଗାନ୍ଧୀ ଙ୍କ ନିର୍ଦ୍ଦେଶ ରେ ପାଞ୍ଚ କୋଟି ଦସ୍ତଖତ ଅଭିଯାନକୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀମାନ ଭକ୍ତ ଚରଣ ଦାସ ଙ୍କ ଆହ୍ବାନ କୁ ସମ୍ପୂର୍ଣ୍ଣ ରୂପେ ସଫଳ ରୂପାୟନ କରିବା ପାଇଁ ବକ୍ତା ମାନେ ଅନୁରୋଧ କରିଥିଲେ । ଏ ଅବସରରେ ପୂର୍ବତନ ଜିଲ୍ଲା କଂଗ୍ରେସ୍ ଉପ ସଭାପତି ପ୍ରକାଶ ଦୁରିଆ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ବେଣୁ ପାଣି ଦୁର୍ଗା, ପୂର୍ବତନ ବ୍ଲକ୍ ଯୁବାକଂଗ୍ରେସ ସଭାପତି ଅରକ୍ଷିତ କଣ୍ଟା, ଜିଲ୍ଲା ପରିଷଦ ପ୍ରାର୍ଥୀ ପରମେଶ୍ବର ଶବର, ପୂର୍ବତନ ପଞ୍ଚାୟତ ସଭା ପତି ଲବକିଶୋର୍ ନାଏକ, ପୂର୍ବତନ ଜୋନ ସଭାପତି ନବରନ୍ ଧ ମାଝୀ, ପ୍ରଦୀପ ମାଝୀ, ବସନ୍ତି ମାଝୀ, ଶ୍ୟାମ ଘନ୍ ପାଢ଼ୀ, ପ୍ରମୁଖ ସହ ୨୨ ଗୋଟି ପଞ୍ଚାୟତ ସମସ୍ତ ସଭାପତି ଓ କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କାରବା ସଂକଳ୍ପ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.