ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ବିଜୁ ଜନତା ଦଳର ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଧିର ଦାସଙ୍କ ନାମ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଘୋଷଣା ହୋଇଯାଇଛି | ସୁଧିର ପୂର୍ବରୁ ମଧ୍ୟ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଓ ରାୟଗଡ଼ାର ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ ସମ୍ପାଦନା କରିସାରିଛନ୍ତି | ଏଥି ନିମନ୍ତେ ତାଙ୍କୁ ପୁଣି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ପୁନର୍ବାର ଦଳ ଦାୟିତ୍ୱ ପ୍ରଦାନ କରିଛି | ରାୟଗଡ଼ା ଜିଲ୍ଲା ତଥା ସାର ଓଡ଼ିଶାର ଦଳୀୟ କାର୍ଯ୍ୟକର୍ତ୍ତା ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି |