ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟାଳୟରେ ଦଳର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପଦ୍ମବିଭୂଷଣ ମୁଲାୟମ ସିଂ ଯାଦବ (ନେତାଜୀ)ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ଦଳ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଆଜି ଭୁବନେଶ୍ୱର ସ୍ଥିତ ସମାଜବାଦୀ ପାର୍ଟିର ଓଡିଶା ରାଜ୍ୟ କାର୍ଯ୍ୟଳୟରେ ନେତାଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମୁତି ସଭା ମହା ସମାରୋହରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ବରିଷ୍ଠ ସମାଜବାଦୀ ଚାଷୀ ନେତା ବିଜୟ ବେହେରା, ପାର୍ଟିର ରାଜ୍ୟ କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ମିଡ଼ିଆ ସେଲ ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ଛାତ୍ର ସଭାର ସାଧାରଣ ସମ୍ପାଦକ ସୌଭାଗ୍ୟ ପରିଡ଼ା, ଯୁବନେତା ସନ୍ତୋଷ କୁମାର ବାଗ, ଲକ୍ଷ୍ମୀଧର ମହାଭୋଇ ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ତତ୍କାଳୀନ ସମ୍ପ୍ରତିକ ତତ୍ତ୍ଵର ଏକ ଫାଶୀବାଦୀ ଚରିତ୍ର ସମଗ୍ର ରାଷ୍ଟ୍ରକୁ କିପରି ବିପନ୍ନ କରିଚାଲିଛି ସେନେଇ ସଭାରେ ଆଲୋଚନା ହୋଇଥିଲା। ଏକ ଅସହିଷ୍ଣୁତାର ବତାବରଣ ଭାରତୀୟ ଅଖଣ୍ଡତାକୁ କିପରି ଭାବେ ନଷ୍ଟ କରିଚାଲିଛି ସେ ସମ୍ବନ୍ଧରେ ସମସ୍ତ ସମାଜବାଦୀ ଚରିତ୍ରରେ ବିଶ୍ୱାସ ରଖୁଥିବା ଜନସାଧାରଣଙ୍କୁ ଅବଗତି କରାଯିବା ସହିତ ରାଷ୍ଟ୍ର ବିପ୍ଳବରେ ସମାଜବାଦର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.