ପୁରୁଷୋତ୍ତମପୁର ରଥ ସାହି ଗଜଲକ୍ଷ୍ମୀଙ୍କୁ ମଣ୍ଡପରେ ଦର୍ଶନ କଲେ ଆସ୍କା ସାଂସଦ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆସ୍କା ଏମପି ଅନୀତା ଶୁଭଦର୍ଶନୀ ପୁରୁଷୋତ୍ତମପୁର ରଥସାହିରେ ଦୀର୍ଘ ପଚାଶ ବର୍ଷ ପୂର୍ତ୍ତି କରିଥିବା ଗଜ ଲକ୍ଷ୍ମୀ ପୂଜା ମଣ୍ଡପ କୁ ଆସି ମାଆ ଲକ୍ଷ୍ମୀ ଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଛନ୍ତି | ଏହି ପୂଜା ପ୍ରତିବର୍ଷ ପାଞ୍ଚ ଦିନରୁ ସାତ ଦିନ ରହୁଥିଲା ବେଳେ ଏହିବର୍ଷ ଏଗାର ଦିନ ପର୍ଯ୍ୟନ୍ତ ପୂଜା ଚାଲିବ ବୋଲି ପୂଜା କର୍ମକର୍ତ୍ତା ଓ ପୁରୋହିତ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି | ଏହି ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଆସୁଅଛି | ଏମପି ମାଆଙ୍କ ଦର୍ଶନ କରି ଉପସ୍ଥିତ ମହିଳା ଭକ୍ର ଙ୍କ ସହ ଏହି ପୂଜା ଉପରେ କଥାବାର୍ତା କରି ଥିଲେ | ସେଠାରେ ପୂଜା କର୍ମକର୍ତ୍ତା ମାନେ ସାଂସଦ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇସମ୍ବର୍ଦ୍ଧିତ କରିଥିଲେ | ସେଠାରୁ ଏମପି ଜଗନ୍ନାଥ ମନ୍ଦିର ଯାଇ ସେଠାରେ ଦାରୁବ୍ରହ୍ମ ଙ୍କୁ ଦର୍ଶନକରି ମନ୍ଦିର ରେ ଚାଲିଥିବା ସୌନ୍ଦର୍ଯ୍ୟ କରଣ ଦେଖି ବହୁତ ଖୁସି ହୋଇଥିଲେ | ତେବେ ମନ୍ଦିର ର ବାକିଥିବା କଲ୍ୟାଣ ମଣ୍ଡପ ଓ ଅନ୍ୟନ୍ୟ କାର୍ଯ୍ୟର ଉର୍ନ୍ନତି ଉପରେ ଏମପି ଫଣ୍ଡ ରୁ କିଛି ସହଯୋଗ ପାଈଁ ଏମପି ଙ୍କୁ ରଥ ସାହି ବାସିନ୍ଦା ଓ ଦକୀୟ ନେତା କର୍ମୀମାନେଅନୁରୋଧ କରିଥିଲେ | ତାଙ୍କ ସହିତ ଘୁମୁସର ଜିଲା ଭାଜପା ସାଧାରଣ ସଂପାଦକ ଅନିଲ କୁମାର ପଣ୍ଡା, ସାଂସଦ ପ୍ରତିନିଧୂ ଯଂଜ୍ଞ ନାରାୟଣ ଦାଶ, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଯୁବ ନେତା ସୀତାରାମ ପାଣିଗ୍ରାହି, ସନ୍ତୋଷ ପଣ୍ଡା, ସରୋଜପଣ୍ଡା, ଶେଷ ଦେବ ପଣ୍ଡା, ମନୋରଞ୍ଜନ ପାଢ଼ୀ, ସରୋଜ ସାମଲ,ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.