କୁମାର ପୁର୍ଣ୍ଣିମାଠାରୁ ପରିବାଦର ଆକାଶଛୁଆଁ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବର୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି, ଦ୍ୱତୀୟ ତ ବର୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି ସେଇ ଯୋଗୁଁ ମଧ୍ୟ ପରିବା ଦରରେ ଅହେତୁକ ବୃଦ୍ଧି ଘଟିଛି ବୋଲି ହୋଲସେଲ ବ୍ୟବସ୍ୟାୟି ମାନେ ମତ ଦେଇଛନ୍ତି | ୨୦୦ ଟଙ୍କାରେ ବ୍ୟାଗ୍ ପୁରୁନି, କିଲେ ଜାଗାରେ ଅଢେଇ ଶହ ନେଉଛନ୍ତି ଖାଉଟି |କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥୁତ ଏହି ମାସରେ ସଂଖ୍ୟାଧ‌ିକ ଘରେ ଆମିଷ ନିଷେଧ । ଏଣୁ ସଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧୁକ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧୁକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତି ହେଉନି । ଏକଦା ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡ଼ା, ଖରିଡ଼ା, ଆଲପୁର, ରାଜବ, ସିକିରି, ଖଣ୍ଡରା, ଚାନ୍ଦୁଲି, ଶାସନ ଆମଗାଁ,ସହିତ ପୁରୁଷୋତ୍ତମପୁର ବ୍ଲକର କୁମାରୀ, ଜାମୁନି, ଆଛୁଲି, ବକ୍ସି ପଲି, ଷୋଳଘର, ପ୍ରତାପୁର ଅଞ୍ଚଳରୁ ପ୍ରଚୁର ପରିମାଣରେ ପରିବା
ଆମଦାନୀ ହୋଇ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତ୍ତୀ ଅଞ୍ଚଳକୁ ବହୁଳ ପରିମାଣରେ ପନିପରିବା ରପ୍ତାନି କରା ଯାଉଥିଲା କିନ୍ତୁ ଅଗଷ୍ଟ ଓ ସେପପ୍ଟେମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଲକର ବିଭିନ୍ନ ଅଞ୍ଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇପଡିଛି । ଏହା ଛଡା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀ ବର୍ତ୍ତମାନ ଧାନ ଚାଷ କରୁଛନ୍ତି । ଯାହା ଫଳରେ ପରିବା ପାଇଁ ଛତି ଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥୁବାରୁ ପରିବା ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ଦର୍ଶାଇଛନ୍ତି | ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରୁ ଆମଦାନୀ ହେଉଥୁବା ପନିପରିବା ବହୁଳ ପରିମାଣରେ ବାହାର ଅଞ୍ଚଳକୁ ରପ୍ତାନି କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବା ଦର ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ପରିବା ବଜାରରେ ଆଳୁ ଦର କିଲୋ ପିଛା ୨୫ ଟଙ୍କା ରହିଥ‌ିବା ବେଳେ ପିଆଳ ୩୫, ଟମାଟୋ ୪୦ ରୁ ୫୦ ଟଙ୍କା, ଫୁଲକୋଳି ୮୦, ବିନ୍ସ ନ ୧୦୦ ରୁ ୧୨୦, ଭେଣ୍ଡି ୪୦, ବନ୍ଧାକୋଳି ୪୦ ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ବାଇଗଣ ୬୦, ଗୋବଦ୍ଧନ ଝଟା ଓ ଜହ୍ନି ୪୦, କଖାରୁ ଓ ଭଣ୍ଡା ୨୫ରୁ ୩୦ ଟଙ୍କା, କଞ୍ଚା ଲଙ୍କା ୧୦୦ ଟଙ୍କା ବରରେ ବିକ୍ରି ହେଉଛି । କାର୍ତ୍ତିକ ରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଏପରିକି ଖୋସଡ଼ା ଶାଗ ବିଡା ୧୫ ରୁ ୨୦ ଟଙ୍କା ରହିଥ‌ିବା ଦେଖୁବାକୁ ମିଳିଛି । ଗତ କିଛି ଦିନ ତଳେ ପରିବା ଦର ଯାହା ଥୁଲା କାର୍ତିକରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତିବରେ ଆମିଷ ବନ୍ଦ ଥ‌ିବାରୁ ପରିବା ଦର ବଢ଼ୁଛି, ଗରିବ ପରିବାରର ହାଣ୍ଡିଶାଳରେବର୍ତମାନ ଚଡକ ପଡିଥିବାର ଦେଖା ଦେଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.