ଲାଞ୍ଜିଆ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଜେପି ଟିମ

ଓଡ଼ିଆ ବାର୍ତ୍ତା/ ଗୁଣପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ପୁଟାସିଂ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜିଲ୍ଲା ବିଜେପି ତରଫରୁ ଏକ ଟିମ ଏହି ଅଞ୍ଚଳକୁ ଗ୍ରସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଛି । ଏହି ଦଳ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ପଚାରି ବୁଝିଛି । ରାସ୍ତାଘାଟ ମରାମତି,କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଏବଂ ଘରଭଙ୍ଗା ବିପନ୍ନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ ସମ୍ପର୍କରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କ ସହ ଆଲୋଚନା କରିଛି । ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗଙ୍କ ନେତୃତ୍ୱରେ ରାୟଗଡ଼ା ଜିଲ୍ଲା ସଭାପତି ଗୋପୀ ଆନନ୍ଦ,ପୂର୍ବତନ ସଭାପତି ଶିବଶଙ୍କର ଉଲ୍ଲାକା ଓ ଟିମ୍ ବ୍ଳକର ପୁଟାସିଂ,ଜଲତାର,ଟଲଣା,ଆବଡ଼ା,ଶଗଡ଼ା ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଛି ।ବର୍ଷାରେ ନଷ୍ଟ ହୋଇଥିବା ରାସ୍ତାଘାଟକୁ ଅସ୍ଥାୟୀ ଭାବେ ମରାମତି କରାଯାଇଛି । ଖୁବଶୀଘ୍ର ସ୍ଥାୟୀ ମରାମତି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଦଳ ପକ୍ଷରୁ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ସେହିପରି ଉକ୍ତ ଅଞ୍ଚଳରେ ଅଚଳ ହୋଇ ପଡ଼ିଥିବା ଦୁଇଟି ମୋବାଇଲ୍ ଟାଓ୍ବାରକୁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଜିଲ୍ଲାପ୍ରଶାସନ ସହ ଆଲୋଚନା କରି କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ଟିମ୍ ତରଫରୁ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ଟିମ୍ ର ଗ୍ରସ୍ତ ସମୟରେ ଜିଲ୍ଲା ଉପ ସଭାପତି ଉଦୟନାଥ ପାଢ଼ି,ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା,ବନମାଳି ଗମାଙ୍ଗ,ଚିନା କଣ୍ଡାଗୋରି,ଧନଞ୍ଜୟ ବେହେରା,କୀର୍ତ୍ତି କୁମାର ପଣ୍ଡା,ଶାନ୍ତି ସୁବୁଦ୍ଧି,ଆଶିଷ ବେହେରା,ସାଗର ସାହୁ,ଶ୍ରୀନିବାସ ପଟ୍ଟନାୟକ,ଜ୍ଞାନେନ୍ଦ୍ର ଦଳବେହେରା,ବିନୋଦ ଶବର, ଜଗନ୍ନାଥ ନେମାଲୀପୁରୀଙ୍କ ସମେତ ଅନ୍ୟାନ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.