ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ୧୯୮୫ ମସିହାରେ ପ୍ରାୟ ଦୁଇଶହ ପରିବାରକୁ ବିସ୍ଥାପିତ କରି ବଡ଼ମାଳ ଠାରେ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଥିଲା। ତେବେ ସେହି ସମୟରେ କାରଖାନାରେ ସରକାର ଓ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଲେ ଆଜି ବି କିଛି ବିସ୍ଥାପିତ ନିଯୁକ୍ତିରୁ ବଞ୍ଚିତ ଅଛନ୍ତି। ତା ସହ କାରଖାନା ଦିନକୁ ଦିନ ଘରୋଇ କରଣ ହେଉଥିବା ବେଳେ କିଛି ନିଯୁକ୍ତି ବାହାରୁଛି ତେବେ କାରଖାନା ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ସବୁ ବେଳେ କାରଖାନା ଅଣେଦେଖା କରୁଛି। ତା ସହ ଘରୋଇ ସୁରକ୍ଷା କର୍ମୀଙ୍କୁ ଆଗାମୀ ଦିନରେ ହଟାଇ ଅବସର ସୈନିକଙ୍କୁ କାରଖାନାରେ ଭର୍ତ୍ତି କରାଯିବା ନେଇ ଘରୋଇ ସୁରକ୍ଷା କର୍ମୀ ମାନଙ୍କ ମଧ୍ଯ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଳେ ତୀବ୍ର ଆନ୍ଦୋଳନ ହେବ ବୋଲି ବିସ୍ଥାପିତ କମିଟି ଚେତାବନୀ ଦେଇଛି।