ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟ, ଭାଟକୁମରଡ଼ା, (ଗଞ୍ଜାମ) ଠାରେ ଏଡ଼ସ ଓ ଟିବି ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି | ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଦେଶରୁ ସମ୍ପୂର୍ଣ୍ଣ ରୂପେ ଏଡ଼ସ ଓ ଟିବିର ନିରାକରଣ ଲାଗି ସମାଜରେ ଜାଗରଣ ସୃଷ୍ଟି କରିବା ଏହାର ଲକ୍ଷ୍ୟ| ଏଥିପାଇଁ ଜାତୀୟ ଏଡ଼ସ ନିୟନ୍ତ୍ରଣ ଏକକ ପରିଷଦ (NACO), ଏବଂ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି (OSACS) ଆନୁକୂଲ୍ୟରେ ଏଡ଼ସ ସଚେତନ କାର୍ଯ୍ୟକ୍ରମ ଦେଶ ଭିତରେ ଚାଲୁଅଛି | ଭାଟକୁମରଡ଼ା ସ୍ୱାସ୍ଥ୍ୟ ଟିମ ଓ ବ୍ରହ୍ମପୂର ର ଘରୋଇ ସଂସ୍ଥା ” ଅରୁଣା ” ର ମିଳିତ ପ୍ରଚେଷ୍ଟାରେ ସଚେତନତା କାର୍ଯ୍ୟକ୍ରମ ଟି ହୋଇଥିଲା | ଏଥିରେ ଅରୁଣାର ଜିଲ୍ଲା ସମ୍ବଳ ଅଧିକାରୀ (DRP) ରବିନ୍ଦ୍ର କୁମାର ବେହେରା, ପୁରୁଷୋତ୍ତମପୁର ବ୍ଲକ କ୍ଷେତ୍ର ନିରୀକ୍ଷକ (ZS) ସନ୍ତୋଷ କୁମାର ପଣ୍ଡା,କଲେଜ ଅଧ୍ୟକ୍ଷା ଶ୍ରୀମତୀ ଗୌରୀ କୁମାରୀ ପାଣିଗ୍ରାହୀ,ଯୁବ ରେଡ଼କ୍ରସ ର କାଉନସିଲର ଭଗବାନ ପାଣିଗ୍ରାହୀ ଏବଂ ଯୁବ ରେଡ଼କ୍ରସ ର ସଦସ୍ୟ କୁମୁଦ ରଞ୍ଜନ ଦାସ କଲେଜ ର ଅଧ୍ୟାପକ, ଅଧ୍ୟାପିକା ସମେତ ଅରୁଣା ର ପୁରୁଷୋତ୍ତମପୁର ବ୍ଲକ କ୍ଲଷ୍ଟର ଲିଙ୍କ ୱାର୍କର ସନ୍ତୋଷ ଗୌଡ଼, ରବୀନ୍ଦ୍ରନାଥ ସେଠୀ, ଅଲେଖ ରାଉଳ, ନର୍ମଦା ସେଠୀ, ହର୍ଷମୟୀ ବେହେରା, ସାଗରୀକା ବେହେରା, ପ୍ରିୟଙ୍କା ନାୟକ ପ୍ରଭୃତି ଯୋଗ ଦେଇଥିଲେ | ଉକ୍ତ ବୈଠକରେ କଲେଜ ର ଅଧକ୍ଷା ଗୌରୀ କୁମାରୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ, ପରିଚାଳନା ଦାଇତ୍ଵ ରେ ଥିଲେ କୁମୁଦ ରଞ୍ଜନ ଦାସ | ଏଥିରେ ଅରୁଣା ର ଜିଲ୍ଲା ସମ୍ବଳ ଅଧିକାରୀ ରବିନ୍ଦ୍ର କୁମାର ବେହେରା ଏବଂ ବ୍ଲକର କ୍ଷେତ୍ର ପରିଦର୍ଶକ ସନ୍ତୋଷ କୁମାର ଏଡସ ର କାରଣ, ନିରାକରଣ, ଓ ଔଷଧ ସେବନ ଉପରେ କିଛି ବକ୍ତବ୍ୟ ଉପସ୍ଥାପନା କରିଵା ସହ ଯୌନ ରୋଗ ଯଥା-ସିଫିଲସ,ଜଣ୍ଡିସ ଆଦି ରୋଗ ଉପରେ ସଚେତନର ବାର୍ତ୍ତା ପ୍ରଦାନ କରିଥିଲେ |ସ୍ଥାନୀୟ ଭାଟକୁମରଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ର ଟିବି କ୍ଷେତ୍ର ପରିଦର୍ଶିକା ଶ୍ରୀମତୀ ପୂର୍ଣ୍ଣବାସୀ ଗୌଡ଼ ଟିବି ମୁକ୍ତ ଭାରତ ଗଠନ ସମ୍ପର୍କରେ ଆଲୋଚନା କରିଵା ସହ ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଯୁବ ଗୋଷ୍ଠି ଙ୍କ ଭୂମିକା କଣ? ସେ ବିଷୟରେ ପ୍ରେରଣା ଦେଲେ | ତା ସହ ଭାଟକୁମରଡ଼ା (PHEO) ନମିତା ପାତ୍ର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ବିପର୍ଯ୍ୟୟ ଓ ଜରୁରୀ କାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟସେବା ରେ ସୁଯୋଗ ନେବାପାଇଁ ଆହ୍ୱାନ କଲେ | ନିଜ ଅନୁଭୂତିର କିଛି ଉଦାହରଣ ଦେଇ ଜରୁରୀ କାଳୀନ ପରିସ୍ଥିତିରେ କିପରି ଅନ୍ୟମାନଙ୍କୁ ସହଯୋଗ କରିବେ ସେ ବିଷୟରେ ସରଳ ଭାବେ ଉପସ୍ଥାପନା କରିଥିଲେ, ତା ସହିତ ଏଡସ ନିରାକରଣ ଦିଗରେ ଯୁବ ଗୋଷ୍ଠି କିପରି ଅଧିକ ରୁ ଅଧିକ ସଚେତନ ହେବେ ସେ ବିଷୟରେ ଉଦବୋଧନ ଦେଇଥିଲେ | ଏଥିରେ କଲେଜର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଵା ସହ ସଚେତନତା କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ I