ନାଳରେ ଭାସୁଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାବେଲେ ଏହି ଅଞ୍ଚଳରେ ହତ୍ୟା, ଆତ୍ମହତ୍ୟା, ଓ ଗୁଣିଗାରେଡି ହତ୍ୟା ଦିନ ପ୍ରତିଦିନ ବୃଦ୍ଧି ପାଉଛି। ଅନେକ ସଚେତନତା ପରେ ମଧ୍ୟ ସଚେତନ ହେଉ ନାହାନ୍ତି ଲୋକେ। ଶନିବାର ଏଭଳି ଏକ ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚାର ପରିସରକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଟକଲାସୁର ଗାଁ ନିକଟରେ ବହି ଯାଉଥିବା ଏକ ନାଳରେ ଜଣେ ୫୪ବର୍ଷୀୟା ବୃଦ୍ଧଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହି ଖବର ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ଖବର ପାଇ ବିଶ୍ୱନାଥପୁର ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ସୂଚନା ଅନୁସାରେ ଡଙ୍ଗରି ଗାଁର କାଳିଆ ହରିଜନ ନାମକ ଜଣେ ବ୍ୟକ୍ତି ଗତକାଲି ସକାଳ ୭ଘଣ୍ଟା ସମୟରୁ ଘରୁ କାମରେ ବାହାରି ଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ପହଞ୍ଚିନଥିଲେ। ଘର ଲୋକେ ଅନେକ ଖୋଜାଖୋଜି ପରେ ମଧ୍ୟ ପତା ନମିଳିବାରୁ ଆଜି ସକାଳୁ ଟକଲାସୁର ନାଳରେ ମୃତ ଦେହ ଭାସୁଥିବାର ଦେଖି ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣା ସ୍ଥଳକୁ ଆସି ମୃତ ଦେହ ନାଳରେ ଭାସିଥିବା ଦେଖି ଏକ ହତ୍ୟା କାଣ୍ଡ ଭାବି ବିଶ୍ଵନାଥପୁର ପୁଲିସକୁ ଖବର ଦେଇଥିଲେ ପରେ ବିଶ୍ୱନାଥପୁର ଥାନା ଅଧିକାରୀ ତୁଳସୀ ରାମଙ୍କ ନେତୃତ୍ୱରେ ଏକ ଟିମ ଆସି ଶବ ଜବତ କରିବା ସହ ଏକ ୩/୨୫ନମ୍ବର କେଶ ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏପଟେ ମୃତ କାଳିଆ ହରିଜନଙ୍କ ପରିବାର ଲୋକେ ଏହା ଏକ ହତ୍ୟା କାଣ୍ଡ ବୋଲି କହିଥିବା ବେଳେ ଏହାର ତଦନ୍ତ ଓ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସତ୍ୟା ସତ୍ୟ ସାମ୍ନାକୁ ଆସିବ ବୋଲି ବିଶ୍ୱନାଥପୁର ପୁଲିସ ପକ୍ଷରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.