‘ଗବେଷଣା ପରିଷଦ’ ଓ ‘ଓଡିଆ ଭାଷା ବିକାଶ ଆନ୍ଦୋଳନ’ ପକ୍ଷରୁ ଅନୁଷ୍ଠିତ ହେଲା ‘କାନ୍ତକବି ବିମର୍ଶ’ ସଂପାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଗବେଷଣା ପରିଷଦ’ ଓ ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ମିଳିତ ଆନୁକୂଲ୍ୟରେ ବାଲେଶ୍ଵରର ସ୍ରଷ୍ଟା ନାଟ୍ୟାଳୟ ସଭାଗୃହରେ ‘କାନ୍ତକବି ବିମର୍ଶ’ ଶୀର୍ଷକରେ ଏକ ସାହିତ୍ୟ ସଂପାନ ଗବେଷଣା ପରିଷଦର ଉପ ସଭାପତି ଡକ୍ଟର ଅସିତ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେବଳ ଜଣେ ସାହିତ୍ୟିକ ଭାବରେ ପ୍ରସିଦ୍ଧି ପାଇ ନ ଥିଲେ, ବରଂ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସଙ୍ଗୀତଜ୍ଞ, ଅଭିନେତା, ପତ୍ରିକା ସଂପାଦକ ଭାବରେ ମଧ୍ୟ ଓଡ଼ିଶାରେ ସ୍ମୃତିଚିହ୍ନ ରଖି ଯାଇଛନ୍ତି ବୋଲି ଡକ୍ଟର ମହାନ୍ତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ‘ଭାଷା ବିକାଶ ଆନ୍ଦୋଳନ’ର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିବା ସଙ୍ଗେସଙ୍ଗେ କାନ୍ତକବି ଜଣେ ଜାତୀୟତାବାଦୀ କବି ଭାବରେ ମସୀ ରୂପକ ଅସୀ ଚାଳନା କରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କିପରି ଅନୁପ୍ରେରିତ କରିଥିଲେ ତାହା ତାଙ୍କର ବିଭିନ୍ନ କବିତାକୁ ଉଦାହରଣ ଦେଇ ବୁଝାଇ ଦେଇଥିଲେ । ‘ଗବେଷଣା ପରିଷଦ’ର ସଂପାଦକ ଡକ୍ଟର ଗୌରାଙ୍ଗ ଚରଣ ଦାଶ ପରିଷଦର ବିଭିନ୍ନ ସଂପାନ ସଂପର୍କରେ ସୂଚନା ଦେବା ସଙ୍ଗେସଙ୍ଗେ କାନ୍ତକବିଙ୍କ ଚର୍ଚ୍ଚାକୁ କାହିଁକି ଗୁରୁତ୍ବ ଦିଆଯାଇଛି ତାହା ପ୍ରକାଶ କରିଥିଲେ। ‘ଭାଷା ବିକାଶ ଆନ୍ଦୋଳନ’ର ସଂଗଠନ ସଂପାଦକ ତପନ ରାୟ ପ୍ରାକ୍ ବକ୍ତବ୍ୟ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ସଂପାନରେ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଓ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯଥାକ୍ରମେ ‘ଅସହଯୋଗର ଗୁମର କଥା: ଅସହଯୋଗୀର ଆତ୍ମକଥା’ ଓ ‘କଣାମାମୁର ଆଦ୍ୟପ୍ରାନ୍ତ’ ପ୍ରବନ୍ଧ ପାଠ କରି ଉଭୟ ଗ୍ରନ୍ଥ ସଂପର୍କରେ ତଥ୍ୟ ପ୍ରଦାନ କରିବା ସଙ୍ଗେସଙ୍ଗେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ପ୍ରବନ୍ଧ ପାଠକମାନେ ଉପସ୍ଥିତ ଥିବା ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ । ପ୍ରାରମ୍ଭରେ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶନାରେ ଗବେଷଣା ପରିଷଦ ସଂପର୍କିତ ଏକ ଆବାହନୀ ସଙ୍ଗୀତ ଶାନ୍ତିଲତା ପଣ୍ଡା, ଶାନ୍ତି ବିଶି, ଅର୍ଚ୍ଚନା କର, ବାସନ୍ତୀ ଦେ, କବିତା ଜେନା, ଅମିତା ଚାନ୍ଦ, ପୁଷ୍ପଲତା ଚକ୍ରବର୍ତ୍ତୀ ଓ ପ୍ରିୟାରାଣୀ ମଲ୍ଲିକ ସମବେତ କଣ୍ଠରେ ଗାନ କରିଥିଲେ | ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ ।

Udyog Nursery
Udyogi Nursery

ଅନୁଷ୍ଠାନର ଦ୍ବିତୀୟ ଅଧିବେଶନ ଉପସଭାପତି ନିବାରଣ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗବେଷଣା ପରିଷଦରୁ ଆସିଥିବା ଡ. ଗୋବିନ୍ଦ ଭୂୟାଁ, ଡ. ଗୌରହରି ମହାନ୍ତି, ଡ. ସୁରେନ୍ଦ୍ର ମିଶ୍ର ଓ ଗାଳ୍ପିକା ସୁନନ୍ଦା ପ୍ରଧାନ କାନ୍ତକବିଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ଭାବରେ ମଞ୍ଚାସୀନ ହୋଇଥିବା ଡ. ଭାଗବତ ପ୍ରସାଦ ଦାସ, ଅରୁଣା ରାୟ ଓ ନିରଂଜନ ରାଉତ ମଧ୍ୟ କାନ୍ତକବିଙ୍କ ସଂପର୍କରେ ଆଲୋଚନା କରିଥିଲେ । ଏହି ଆସରରେ ବକ୍ତବ୍ୟ ସହିତ କାନ୍ତକବିଙ୍କ ରଚନାରୁ ‘ସବୁଥିରୁ ବଞ୍ଚିତ କରି’ ଗୀତକୁ ଗାନ କରାଯାଇଥିଲା । ପ୍ରଭାକର ସାହୁ ପ୍ରମୁଖ କବିମାନେ କାନ୍ତକବିଙ୍କ ସଂପର୍କରେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବି ଦୀପକ ବୋଷ ଶେଷ ବକ୍ତବ୍ୟ ଉପସ୍ଥାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିରଂଜନ ସାହୁ, ପ୍ରଦୀପ ଚାଟ୍ଟାର୍ଜୀ, ଶରତ କୁମାର ମହାପାତ୍ର, ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ଡାକ୍ତର ଶାକ୍ୟସିଂହ ଦାସ, ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ଡ. କ୍ଷିତୀଶ୍ଵର ଦାଶ, ଦୀନବନ୍ଧୁ ଲେଙ୍କା, ପ୍ରଫୁଲ୍ଲ କୁମାର ଦାସ, ଉର୍ମିଳା ନାୟକ, ଦୀପକ ଦାସ, ଲମ୍ବୋଦର ନାୟକ, ବିଦ୍ୟାଧର ସାହୁ, କେଶୁ ଦାସ, ଡ. ହେମମାଳା ଦାଶ, ଡ. ଲକ୍ଷ୍ମଣ ଚରଣ ସାହୁ, ଗୋପାଳ ଜେନା, ରଜନୀକାନ୍ତ ବେହେରା, ବେଣୁଧର ସାହୁ, ମମତା ଦାସ, ନିରୁପମା ସେଠୀ ପ୍ରମୁଖ ବହୁ ସାହିତ୍ୟିକ ଓ ବୃଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.