ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭାନପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଗପୁର ସରପଞ୍ଚ ଗୋପାଳ ହାତୀ, ସମ୍ମାନିତ ଅତିଥି ଭାବରେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ଉପସ୍ଥିତ ଥିଲେ। ଭାନପୁର ସିଆରସିସି ଦୁର୍ଗା ମାଧବ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବାଗପୁର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ନକୁଳ ସେନାପତି। କ୍ଳଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଓ ସମସ୍ତ ସହ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଭାନପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସଞ୍ଜୟ ଦାସ ଏବଂ କ୍ରୀଡା ଶିକ୍ଷକ ଧ୍ରୁବ ଚରଣ ନାଗ। ସ୍କୁଲ ପରିଚାଳନା କମିଟିର ସଭାପତି ଡାକରୁଷି କରୁଆଁଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ସୋନିଆ ନାୟକ ଏବଂ ଶିକ୍ଷକ ହରେକୃଷ୍ଣ ନାୟକ ବିଶେଷ ସହଯୋଗ କରିଥିଲେ। ଏହି ଅବସରରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ସଂଗୀତ ସହ ଅନ୍ତର୍ନିହିତ ପ୍ରତିଭା ସମୁହ ପ୍ରଦର୍ଶନ କରିଥିଲେ।