୩୩ତମ ଏକଲବ୍ୟ ପୁରସ୍କାର ବିଜେତା ହେଲେ ଶ୍ଵେତାପର୍ଣ୍ଣା ପଣ୍ଡା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡା ୨୦୨୫ ମସିହାର ସମ୍ମାନଜନକ ୩୩ତମ ଏକଲବ୍ୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ ଜୁରି ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ଏକ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି

ପୁରସ୍କାରର ଅଂଶ ସ୍ଵରୂପ ତାଙ୍କୁ ଏକଲବ୍ୟ ପୁରସ୍କାର ଉତ୍ସବରେ ୭ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି ଏବଂ ଏକ ଟ୍ରଫି ପ୍ରଦାନ କରାଯିବ।

ସେହିପରି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରୋତ୍ତୋଳକ ପ୍ରୀତିସ୍ମିତା ଭେଇ ଏବଂ ଟେନିସ୍ ଖେଳାଳି ଆହାନ, ପ୍ରତ୍ୟେକଙ୍କୁ ୧.୫ ଲକ୍ଷ ଟଙ୍କା ରାଶି ଓ ମାନପତ୍ର ପ୍ରଦାନ କରାଯିବ।

ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ଵାରା ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଦ୍ଵାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା।

ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡା ପୁରସ୍କାର ହୋଇଛି। କ୍ରୀଡାରେ ବିଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡାବିତ୍ ଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.