ସାନଗୁଣ୍ଡରିଠାରେ ଅନୁଷ୍ଠିତ ହେଲା କଳାହାଣ୍ଡି କୁମ୍ଭାର ସମାଜର ନୂଆଁଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସାନଗୁଣ୍ଡରି ଗ୍ରାମରେ ଆଜି କଳାହାଣ୍ଡି କୁମ୍ଭାର ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି କେଦାର ନାଥ ରଣାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ଜିଲ୍ଲା ସମ୍ପାଦକ ବୀର କିଶୋର ରଣା ବିବରଣୀ ପଠନ କରିବା ସହ ପୂର୍ବ ବର୍ଷ କାର୍ଯ୍ୟକ୍ରମର ଆୟ ବ୍ୟୟ ର ହିସାବ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ସଭାପତି ଗଙ୍ଗାଧର ରଣା, ସଦର ସଭାପତି ଦେବାର୍ଚ୍ଚନ ରଣା, ଜିଲ୍ଲା ଉପସଭାପତି ଘନଶ୍ୟାମ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ଲବକାନ୍ତ ରଣା, ଜୁନାଗଡ଼ ବ୍ଲକ ଯୁବ ସଭାପତି ମୀନକେତନ ରଣା, ଡମ୍ବରୁଧର ରଣା, ନର୍ଲା ବ୍ଲକ୍ ଯୁବ ସଭାପତି କୌରବ ରଣା, କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣା, କୁବେର ରଣା, ସୁଧୀର ରଣା, ଶିକ୍ଷାବିତ୍ ଉପେନ୍ଦ୍ର ରଣା, କୁବେର ରଣା, ବିରେନ୍ଦ୍ର ରଣା ପ୍ରମୁଖ ମଞ୍ଚାସିନ ଥିଲେ । ନୂଆଁଖାଇ ଭେଟଘାଟ ଜରିଆରେ ପରସ୍ପର ମଧ୍ୟରେ ଶୁଭେଛା ଆଦାନ ପ୍ରଦାନ କରାଯିବା ପରେ ସମାଜର ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ ଦିଆଯାଇଥିଲା । ସରକାରୀ ସ୍ତରରେ ଥିବା ସବୁ ସୁବିଧା, ବ୍ୟବସ୍ଥା ଓ ନିଜ ହକକୁ ହାସଲ ପାଇଁ ସଂଗ୍ରାମ କରିବାକୁ ସଭାରେ ମତପ୍ରକାଶ ପାଇଥିଲା । ମାଟିକଳା ବୋର୍ଡ ଗଠନ କରିବାକୁ ସରକାରଙ୍କୁ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ପଦକ୍ଷେପ ନେବାରେ ହେଳା କରୁଥିବରୁ ଏ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ଏହାବାଦ ରାଜନୀତି କ୍ଷେତ୍ରରେ ମଧ୍ୟ ସମାଜର ଯୁବପିଢି ଯେପରି ଆଗକୁ ଆସିବେ ଏବଂ ସକ୍ରିୟ ଅଂଶଗ୍ରହଣ କରିବେ ସେ ନେଇ ଆହ୍ବାନ ଦିଆଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ ପ୍ରତିଭାଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣା ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁବ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସାନଗୁଣ୍ଡୁରି ଗ୍ରାମ୍ୟ ସଭାପତି ସତ୍ୟପ୍ରିୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୁନି କୁନି କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ଏହାକୁ ଓମ୍ ପ୍ରକାଶ ରଣା ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.