ବାଲେଶ୍ୱରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପାଳିତ ହେଲା ପୋଲିଓ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ପିପିସି କେନ୍ଦ୍ରରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜୋନ୍ ସ୍ବାସ୍ଥ୍ୟ ଅଧିକାରୀ ପ୍ରଭାତ କୁମାର ବେହେରା ଶିଶୁକୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।

ପରେ ଅତିରିକ୍ତ ଜିଲ୍ଲା ଜୋନ୍ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଡାକ୍ତର ସଂଜୀବ କୁମାର ପ୍ରଧାନ, ଜିଲ୍ଲା ସଞ୍ଚାଳନ ଅଧିକାରୀ ଚକ୍ରଧର ଜେନା, ଡିଏମଆରସିଏଚ୍ ଜିତେନ୍ଦ୍ର ବିଶ୍ଵାଳ, ପ୍ରଦୀପ କୁମାର ସାହୁ, ବିଶ୍ବରଂଜନ ନାୟକ,ଶାଶ୍ଵତୀ ପରିଡା ଉପସ୍ଥିତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ।

ଏହି ଅବସରରେ ସମଗ୍ର ଜିଲ୍ଲାରେ ୧୦୬୩ ଟି କେନ୍ଦ୍ର, ୪୬ଟି ଟ୍ରାଞ୍ଜିଟ୍ ଦଳ ଏବଂ ୨୩ଟି ଭ୍ରାମ୍ୟମାଣ ଦଳ ମାଧ୍ୟମରେ ୨୦୯୭୪୦ ଜଣ ୦-୫ ବର୍ଷ ବୟସର ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୧୩୬୩୩୮ରୁ ଉର୍ଦ୍ଧ୍ଵ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆ ଯାଇଛି । ଏହା ତା ୧୨.୧୦.୨୦୨୫ ଠାରୁ ୧୪.୧୦.୨୦୨୫ ରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣା ପଡିଛି। ତା୧୨.୧୦.୨୦୨୫ ରିଖ ଦିନ ନିର୍ଦ୍ଧାରିତ କେନ୍ଦ୍ରରେ ପୋଲିଓ ବୁନ୍ଦା ଦିଆ ଯାଇଥିଲା ଏବଂ ୧୩ ଏବଂ ୧୪ ତାରିଖ ଦିନ କର୍ମୀ ମାନେ ପ୍ରତ୍ୟେକ ଘରକୁ ଘରକୁ ବୁଲି ପୋଲିଓ ବୁନ୍ଦା ଖାଇ ନଥିବା ଶିଶୁଙ୍କୁ ବୁନ୍ଦା ଖୁଆଇବେ।

ଏହି କାର୍ଯ୍ୟକ୍ରମରେ ୪୩୯୦ କର୍ମୀ ଏବଂ ୨୧୯ ଜୋନ୍ ପରିଦର୍ଶକ ନିୟୋଜିତ ହୋଇ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରାଇବା ପାଇଁ ପ୍ରତିଜ୍ଞାବଦ୍ଧ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.