ଜୟଦୁର୍ଗା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଭଟାଙ୍ଗ ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସାନ୍ଦୁଲ ଖେଳ ପଡିଆ ଠାରେ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଜୟଦୁର୍ଗା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଶନିବାର ଉଦଘାଟନୀ ମ୍ୟାଚରେ ସମାଜସେବୀ ତଥା ଅଞ୍ଚଳର ବିଶିଷ୍ଟ ଚାଷୀ କୁମୁଦଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡର ଶାରିରୀକ ଶିକ୍ଷକ ନାରାୟଣ ପଧାନ, ପୂର୍ବତନ ସୈନିକ ରୁପଚନ୍ଦ ନାଏକ ପ୍ରମୁଖ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଘାଟନି ମ୍ୟାଚ ଡଙ୍ଗରତଲପଡା ଓ ଶାନ୍ତିନଗର ପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡଙ୍ଗରତଲପଡା ବିଜୟୀ ଏହି ଟୁର୍ଣ୍ଣାମେଣ୍ଟ ରେ ଆୟୋଜକ ସର୍ଗିଗୁଡା ସମେତ ନର୍ଲା, ଭଟାଙ୍ଗ, ଡଙ୍ଗରତଲପଡା, ଶାନ୍ତିନଗର ପଡା, ଆଡରିଙ୍ଗ, ଗାଡେବନ୍ଧ, ଭଟାଙ୍ଗ ଓ କେଶପଲା ପ୍ରମୁଖ ୮ ଗୋଟି ଦଳ ଯୋଗଦାନ କରି ଲିଗ ମ୍ୟାଚ ଖେଳିଥିଲେ। ରବିବାର ଆପରାହ୍ନ ୩ ଘଣ୍ଟା ସମୟରେ ଦୁଇ ଗୋଟି ସେମି ଫାଇନାଲ ଓ ଶେଷରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ସଭାପତି ନାରାୟଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ରବି ସେଠୀ, ତାପସ ମାଝୀ, କ୍ଷୀତିସ ବେହେରା, ସୌରଭ ନାଏକ, ମିନିକେତନ ମାଝୀ, ପିଣ୍ଟୁ ମାଝୀ, ସୁବ୍ରତ ବିଶ୍ୱାଳ, ରାଜା ମାଝୀ, ପ୍ରଦୀପ, ଗିରିଶ ମାଝୀ, ଶ୍ରୀଓମ ପଟ୍ଟନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ବ୍ୟବସ୍ଥା ପରିଚାଳନା କରିଥିଲେ। ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ରବିବାର ଅପରାହ୍ନ ୩ ଟା ବେଳେ ପ୍ରଥମ ସେମିଫାଇନାଲ ମ୍ୟାଚ ଡଙ୍ଗରତଲପଡା ଓ ଭଟାଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟାଇବେକର ରେ ୩-୨ ରେ ଭଟାଙ୍ଗ ବିଜୟୀ ହୋଇଥିଲା। ଦ୍ୱିତିୟ ସେମିଫାଇନାଲ ମ୍ୟାଚ ସର୍ଗିଗୁଡା ଓ ନର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୁଇ ଦଳ ଚିତାକର୍ଷକ ମ୍ୟାଚ ଖେଳିଥିବା ବେଳେ ୩୦ ମିନିଟ ଖେଳରେ କେହି କାହାକୁ ଗୋଲ ଦେଇପାରି ନଥିଲେ। ଶେଷରେ ଟାଇବେକର ରେ ୩-୨ ରେ ନର୍ଲା ବିଜୟୀ ହୋଇଥିଲା। ନର୍ଲା ଓ ଭଟାଙ୍ଗ ମଧ୍ୟରେ ଫାଇନାଲ ଖେଲ ଅନୁଷ୍ଠିତ ହୋଇଥିଲା। ୩୦ ମିନିଟ ଖେଳିଏଥିରେ ମଧ୍ୟ ଉଭୟ ଦଳ ଡ୍ର ହେବାରୁ ୫ ଗୋଟି ଲେଖାଏଁ ଟାଇବେକର ସଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଟାଙ୍ଗ ଦଲ ୩-୨ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ପିଇଟି ସୁରେଶ ନାୟକ, ମୁକୁନ୍ଦ ନାଏକ, ସରୋଜ ପଧାନ, ନାରାୟଣ ପଧାନ, ସରୋଜ ବାଗ ପ୍ରମୁଖ ସମସ୍ତ ମ୍ୟାଚ ପରିଚାଳନା କରିଥିବା ବେଳେ ମ୍ୟାଚ ରେଫରୀ ଭାବରେ ତ୍ରୀଲୋଚନ ଗଉଡ ମ୍ୟାଚ ଗୁଡିକ ପରିଚାଳନା କରିଥିଲେ। ସଂଧ୍ୟା ୬ ଘଣ୍ଟା ସମୟରେ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବ କ୍ଲବର ସଭାପତି ନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ କ୍ରୀଡାବିତ ପ୍ରଦୀପ କୁମାର ନାଏକ, ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, କୁମୁଦଚନ୍ଦ୍ର ନାଏକ, ଉଗ୍ରେସନ ଗଉଡ, ଅନନ୍ତ ମାଝୀ, ରୁପଚନ୍ଦ ନାଏକ, ଶାରିରିକ ଶିକ୍ଷକ ନାରାୟଣ ପଧାନ, ସଞ୍ଜୟ ନାଏକ, ଯୁଧିଷ୍ଠିର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଉପବିଜେତା ନର୍ଲା ଓ ଚମ୍ପିଅନ ଦଳ ଭଟାଙ୍ଗକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.