କଲ୍ୟାଣ ସିଂହପୁର ବ୍ଲକରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଭାଗୃହ ଠାରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧିକାରୀଣୀ ସ୍ଵାତି ଏସ୍ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡଡ଼ା ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରୋଜିନୀ ଦେବୀ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ । ଆଜି ମୋଟ ୭୬ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୩୮ଟି ବ୍ୟକ୍ତିଗତ, ୩୮ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଏଥିରୁ ଜଣଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଚେକ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଥିଲେ । ସମସ୍ତ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିବା ପରେ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀଣୀ ଅସୀମା ରାଓ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଦଶରଥୀ ସୋରେନଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ବାରମ୍ବାର ଶୁଣାଣି ହୋଉଥିଲେ ବି କିଛି ଫଳପ୍ରଦ ହଉନଥିବାରୁ ଉପସ୍ଥିତ ଅଭିଯୋଗ କାରୀ ବିରକ୍ତି ପ୍ରକାଶ କରିଥିଲେ । ଶିବିର ରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ମାନସେଠ୍ ଉପସ୍ଥିତି ରେ କଲ୍ୟାଣ ସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ମନିଷା ଦାସ ଶିବିର ପରିଚାଳନା କରିଥିବା ବେଳେ କଲ୍ୟାଣ ସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ ପୋଲିସ ଦଳ ସୁରକ୍ଷା ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.