ବୁରାଟ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଗୋହିରାପଦର ସ୍ଥିତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୁରାଟ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଅଧିବେଶନରେ ବରିଷ୍ଠ ଶିକ୍ଷକ ହରିଅର୍ଜୁନ ସିଂ, ସିଆରସିସି ଶ୍ରବଣ କୁମାର ରଥ, ପୂର୍ବତନ ଶାନ୍ତପୁର ସରପଞ୍ଚ ଟିକେଧର ସାହୁ, ବିଘ୍ନେଶ୍ୱର ହାଇସ୍କୁଲ, ଘଣ୍ଟମାଳର ସଂସ୍କୃତ ଶିକ୍ଷକ ରଘୁନାଥ ସେଠୀ, ପ୍ରକୃତିବନ୍ଧୁ ଶିକ୍ଷକ ବସନ୍ତ ସାମନ୍ତରାୟ ଏବଂ କବି ତଥା ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ ଅତିଥି ଭାବରେ ଯୋଗ ଦେଇଥିଲେ। ସମସ୍ତ ଅତିଥିଙ୍କୁ ସମ୍ବୋଧିତ କରି ଦୀପପ୍ରଜ୍ଜ୍ୱଳନ ଓ ମା’ ସରସ୍ଵତୀଙ୍କ ପୂଜା ଅନୁଷ୍ଠାନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

ପ୍ରଥମ ଅଧିବେଶନରେ ଗୋହିରାପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜିତ କୁମାର ପଣ୍ଡା ମଞ୍ଚ ସଞ୍ଚାଳନ କରିଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବୁରାଟ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକମାନେ ବିଚାରକ ଭାବରେ ଦାୟିତ୍ୱ ତୁଲାଇ କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ସମାପ୍ତ କରାଇଥିଲେ।

ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ୍ ଶିକ୍ଷା ଅଧିକାରୀ ତପିମଣି ଜାନୀ, ବିଆରସିସି ତଥା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ଅନ୍ୟତମ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ସୁଢ଼ଳଦେବ ମୁଣ୍ଡ, ନର୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟର ଜୟଚନ୍ଦ୍ର ହାତୀ, ଜିତେନ୍ଦ୍ର ମହାନ୍ତି, ଘଣ୍ଟମାଳ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀ, ଶଙ୍କରମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ବେହେରା, ଶିକ୍ଷକ ସୁଜିତ ପଣ୍ଡା, ସମାଜସେବୀ ଓ ବିଦ୍ୟାଳୟର ଆଲୁମିନି ଖୁଲୁରାମ ସାହୁ ଆଦି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ପୁରସ୍କାର ବିତରଣ କରିଥିଲେ।

ଏହି ଅଧିବେଶନରେ ବରିଷ୍ଠ ଶିକ୍ଷକ ହରିଅର୍ଜୁନ ସିଂ ମଞ୍ଚ ସଞ୍ଚାଳନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସୁଜିତ କୁମାର ପଣ୍ଡା। ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ ନିଜ ସ୍ୱରଚିତ କବିତା “ସୁରଭି” ପଠନ କରିଥିଲେ।

ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପୁରୁଷୋତ୍ତମ ପାତ୍ର, ଶରତ କୁମାର ପଧାନ, ଅମ୍ବିକା ପଣ୍ଡା, ଗୁଣ୍ଡିଚାରାଣୀ ବାଡ଼ତ୍ୟା, ଜୟଶ୍ରୀ ଗୋଚ୍ଛାୟତ, ସାଧୁରାମ ବାରିକ, ପ୍ୟାରୀ ମୋହନ ଚମ୍ପତି, ଶୁଭେନ୍ଦୁ ସ୍ୱାଇଁ, ପ୍ରମୋଦ ସାହୁ, ବିମଳ ଦୀପ, ଖିତିଶା ମଙ୍ଗର, ପ୍ରଜ୍ଞା ପରିମିତା ଦାସ, କବିତା ମହାନ୍ତି, ସବିତା ଦେଇ, ତପସ୍ଵିନୀ ମହାପାତ୍ର, ପାର୍ଥ ମୋହନ ପ୍ରଧାନୀ, ରଞ୍ଜିତା ତାଣ୍ଡି, କେତକୀ ମଞ୍ଜରୀ ବାଗ, ଦମୟନ୍ତୀ ପଧାନ ଏବଂ ଦଶରଥ ଭୋଇ ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଶେଷରେ ବୁରାଟ କେନ୍ଦ୍ରର ସାଧନ ସଂଯୋଜକ ଶ୍ରବଣ କୁମାର ରଥ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପ୍ତି ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.