ଟିକ୍ରାପଡ଼ାରେ କୃଷକ ଉତ୍ପାଦକ ସମବାୟ ସମିତିର ବାର୍ଷିକ ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ କମ୍ୟୁନିଟି ହଲରେ ସଇଁତଳା କୃଷକ ଉତ୍ପାଦକ ସମବାୟ ସମିତି ଲିଃର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ନିଗମର ଜିଲ୍ଲା ସଂଯୋଜକ ବିଚିତ୍ରା ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଭିଓ ପ୍ରମୋଦ କୁମାର ଭୋଇ ମୁଖ୍ୟ ଅତିଥି, ବ୍ଲକ ମତ୍ସ ଅଧିକାରୀ ସୁଜିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶୁ ପାଳନ, ମତ୍ସ ପାଳନ ନେଇ ଥିବା ସରକାରୀ ସୁବିଧା ସୁଯୋଗ, ପ୍ରୋତ୍ସାହନ ଆଦି ସମ୍ବନ୍ଧରେ ଚାଷୀଙ୍କୁ ବୁଝାଇଥିଲେ | ସମିତିର ସମ୍ପାଦକ ଉଗ୍ରସେନ କୁମ୍ଭାର, ଉପସଭାପତି ଜାନକୀ ବିଶି, ଭାରତୀୟ କିଷାନ ସଙ୍ଘର ରାଜ୍ୟ ସମ୍ପାଦକ ମୋହନ ନାଏକ, ଉପଦେଷ୍ଟା ଅନ୍ତର୍ଯ୍ୟାମୀ ରାଜପଲିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦାମ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ | ମଧୁସୂଦନ ନାଏକ, ସଦାନନ୍ଦ ରାଜପଲିଆ, ଭୂପେନ୍ଦ୍ର ବାଗ, ଘନଶ୍ୟାମ ବିଶି, ଗୌରଚନ୍ଦ୍ର ମୁଦୁଲି, ଚିତ୍ତରଞ୍ଜନ ରାଜପଲିଆ, ବନବିହାରୀ ମିର୍ଦ୍ଧା, ଦୟାନିଧି ବାଗଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.