ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ପଞ୍ଚାୟତ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ଉପେନ୍ଦ୍ର ଗଉଡ଼ଙ୍କ ଗତ ଅପ୍ରେଲ ୫ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଜମା ଖାତାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ସ୍କିମରୁ ଏକ ଇନ୍ସୁରାନ୍ସ ହୋଇଥିଲା। ସେ ଇନ୍ସୁରାନ୍ସକୁ ଉପେନ୍ଦ୍ରଙ୍କ ପତ୍ନୀ କ୍ଳେମ କଲାପରେ କଲମପୁର ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ମିଳିଛି। କଲମପୁର ଷ୍ଟେଟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର କିଶୋର ଚନ୍ଦ୍ର ବଂଜାରି, ଉପେନ୍ଦ୍ରଙ୍କ ପତ୍ନୀ ସାବେତ୍ରୀ ଗଉଡ଼ଙ୍କୁ ବ୍ୟାଙ୍କକୁ ଡାକି ତାଙ୍କ ଜମା ଖାତାକୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ସ୍କିମ ତରଫରୁ ଦୁଇ ଲକ୍ଷ୍ୟ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଟଙ୍କା ପାଇ ସାବେତ୍ରୀ କଲମପୁର ଷ୍ଟେଟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଓ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିରେ ସିଏଫଏଲ କୋର୍ଡିନେଟର ଦେବେନ୍ଦ୍ର ପ୍ରଧାନ ଓ ସିଏଫଏଲ ଅନନ୍ତ ତାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।