ଦିବଂଗତ ସାମ୍ବାଦିକ ଅରୁଣ କୁମାର ଭିମସିଙ୍ଗଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଦିବଂଗତ ସାମ୍ବାଦିକ ଅରୁଣ କୁମାର ଭୀମସିଂଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ପାଳିତ ହୋଇଯାଇଛି । ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ରାୟଗଡା ଜିଲ୍ଲା ସଭାପତି ଖଗେଶ୍ୱର ସିଂଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଗନ୍ଥାଗାର ଡ଼ମ୍ବୁର ଧର ପଣ୍ଡା, ଅବସରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳନ୍ଧର କୁସିକା, ଜିଲ୍ଲା ମିଡ଼ିଆ ୟୁଲେଫର କମିଟି ପ୍ରମୁଖ ବରିଷ୍ଠ ସାମ୍ବାଦିକ ଶିବାଜୀ ଦାସ, ଶିବ ନାରାୟଣ ଗୌଡ଼, ଶିବ ପ୍ରସାଦ ଦୋରା, ମୃତ୍ୟୁଞ୍ଜୟ ନନ୍ଦ, ଆସିସି ପଣ୍ଡା ଙ୍କ ସମେତ ସମସ୍ତ ସଦସ୍ୟ ଜିଲ୍ଲା ସଦର ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ସାମ୍ବାଦିକ, ଜିଲ୍ଲା ପାଠାଗାରର ପାଠକ ବ୍ୟକ୍ତି ବିସେସ, ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଏବଂ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘର ଉପସଭାପତି ପ୍ରସାଦ ଲିମା, ରାଜ୍ୟ ସଦସ୍ୟ ରବିନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଦିଲୀପ ପଡ଼ିହାରୀ, ରୁଦ୍ର ଚୌଧୁରୀ, ଛବିଳ ଲିମା, ପଦ୍ମନ ଭତ୍ରା, ଜୟ ଶଙ୍କର, ନରୋତ୍ତମ ପାଢ଼ୀ, ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଦିବଂଗତ ସାମ୍ବାଦିକ ଅରୁଣ କୁମାର ଭୀମସିଂଙ୍କ ତୈଳ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ଧୂପଦୀପ ପ୍ରଦୀପ ପ୍ରଜ୍ବଳନ ସହକାରେ ୨ ମିନିଟ ନିରବ ପ୍ରାର୍ଥନା, ସ୍ବର୍ଗତ ଅରୁଣ କୁମାର ଭିମସିଙ୍ଗଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରୁତି ଚାରଣ କରିବା ସହ ସକାକୁଳ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.