ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଓ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକକୁ ସଂଯୋଗ କରୁଥିବା କୁହୁରା ଭୁର୍ଷାଗୁଡା ରାସ୍ତା ଦିର୍ଘ ଦିନ ହେଲା ମରାମତି ଅଭାବରୁ ସୋଚନୀୟ ହୋଇପଡିଛି ଏଣୁ ଏହି ରାସ୍ତାର ମରାମତି ପାଇଁ ବରିଷ୍ଠ ବିଜେପି ନେତା ପ୍ରସନ୍ନ ରାଉତଙ୍କ ନେତୃତ୍ୱରେ ବ୍ଲକର ବିଜେପି ଟିମ କଳାହାଣ୍ଡି ସାଂସଦ ମାଲବିକା ଦେଓଙ୍କ ଉପସ୍ଥିତିରେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓଙ୍କୁ ଭେଟି ଏହି ରାସ୍ତାର ଯଥା ଶିଘ୍ର ମରାମତି କରିବାକୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକକୁ ବଲାଙ୍ଗିର ଜିଲ୍ଲା ସହିତ ସଂଯୋଗ କରୁଛି କୁହୁରା ଭୁର୍ଷାଗୁଡା ରାସ୍ତା । ଦିର୍ଘ ୪ କିମି ବିଶିଷ୍ଟ ଏହି ରାସ୍ତା ଦିର୍ଘ ଦିନ ଧରି କଚ୍ଚା ସଡକ ଥିଲା । ଗତ ୧୦ ବର୍ଷ ତଳେ ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରି ପକ୍କା ସଡକ ନିର୍ମାଣ କରିଥିଲେ । କିନ୍ତୁୁ ୫ ବର୍ଷ ହେଲା ଏହି ରାସ୍ତା ଉପରେ ସଂପୃକ୍ତ ବିଭାଗର ଅନ୍ତରିକତା ନଥିବା ଓ ରକ୍ଷଣାବେକ୍ଷଣ ଅଭାବ ଯାଗୁଁ ୪ କିମି ବିଶିଷ୍ଟ ଏହି ରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇ ରାସ୍ତା ପାରି ହେବାକୁ ହେଲେ ଅଧିକ ସମୟ ଲାଗି ଯାଉଛି । ବଡ ବଡ ଗାଡି ବହୁ କଷ୍ଟର ରସ୍ତା ପାର ହେଉଥିବା ବେଳେ ଛୋଟ ଛୋଟ ଗାଡି ଏହି ରାସ୍ତାରେ ଯିବ ବହୁତ ମୁସ୍କିଲ ହୋଇ ପଡିଛି । ଏହି ରାସ୍ତା ଉପରେ ଗୋଲାମୁଣ୍ଡା ବ୍ଲକର ୨୦ ଗୋଟି ଗ୍ରାମପଞ୍ଚାୟତ ତଥା ଧର୍ମଗଡ, କୋକସରା ବ୍ଲକ ଅଞ୍ଚଳର ଲୋକେ ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା, କଣ୍ଟାବାଞ୍ଜି ଓ ଟିଟିଲାଗଡକୁ ସହଜରେ ଯିବା ଆସିବା କରିବାକ ପାଇଁ ନିର୍ଭର କରିଥାନ୍ତି ।