ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ବିଶ୍ୱ ହାତଧୁଆ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ଅମ୍ରିତା ରାଜପଲିଆ, ଚୁମକୀ ଦୀପଙ୍କ ସଂଯୋଜନାରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ବୈଜୟନ୍ତୀ କାଲସାଏ, ଭାର୍ଗବୀ ରାଜପଲିଆ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ନବକିଶୋର ନାଗ ଅତିଥି ଭାବେ ଯୋଗଦେଇ ହାତଧୁଆ ଦିବସର ତାତ୍ପର୍ଯ୍ୟ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହାତଧୁଆର ଆବଶ୍ୟକତା ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ | ଛାତ୍ରୀ ଆଦ୍ୟାଂଶା ବନଛୋର ହାତଧୁଆ ପଦ୍ଧତି ପ୍ରଦର୍ଶନ କରିଥିଲେ | ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ସ୍ୱାଗତ ଭାଷଣ ଦେଇଥିଲେ | ଛାତ୍ରୀ ଲତିକା କଲେତ, ବର୍ଷା ବୁଡ଼େକ, ତୃପ୍ତିମୟୀ ମେହେର, ଆରୋହୀ ରାଜପଲିଆ ସ୍ୱାସ୍ଥ୍ୟ ସଚେତନତାଧର୍ମୀ ଗୀତ ଗାନ କରିଥିଲେ | ଶୁଭମ ବାରିକ, ଅର୍ମାନ ବାଗ, ଯୋଗମୟ ବାଗ, କନିଷ୍କ ରାଜପଲିଆ, ପରିତୋଷ ନାଏକ, ମହେଶ ଖଣ୍ଡଗିରି, ନେହାରିକା ଧରୁଆ, ଶୁଭସ୍ମିତା ଖର୍ସେଲ, ଦିବ୍ୟାରାଣୀ ହିଆଲ, ହିମାଂଶୁ ପୁଟେଲ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ବନ୍ଦନା ରଣା ଅତିଥି ପରିଚୟ ଓ ସଙ୍ଗୀତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.