ଦିବଂଗତ ସାମ୍ବାଦିକ ପ୍ରଭାକର ପଟ୍ଟନାୟକଙ୍କ ଏକାଦଶାହ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ବରିଷ୍ଠ ସାମ୍ବାଦିକ ପ୍ରଭାକର ପଟ୍ଟନାୟକ ଗତ ୪ ତାରିଖ ଶନିବାର ଦିନ ଇହଲିଳା ସମ୍ବରଣ କରିଥିଲେ। ଆଜି ତାଙ୍କର ଏକାଦଶାହ କାର୍ଯ୍ୟ ଜୟପାଟଣା ସ୍ଥିତ ବାସଭବନରେ ଆୟୋଜିତ ହୋଇଯାଇଅଛି। ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ସାମ୍ବାଦିକ ୟୁନିଅନ (ଓୟୁଜେ) ସଭାପତି କମ୍ବୁପାଣି ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶେଷଦେବ ବେହେରା, ବରିଷ୍ଠ ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ, ଗଙ୍ଗାରାମ ମାଝୀ, ଓଟିଭି ପ୍ରତିନିଧି ଇଙ୍ଗିତ ପଣ୍ଡା, ଜୟପାଟଣା ବ୍ଲକ ସମ୍ବାଦ ପ୍ରତିନିଧି ଶରତ କୁମାର ରାଉତ, ବରିଷ୍ଠ ସମାଜସେବୀ ଚୁଡ଼ାମଣି ନାଏକ, ଓଡ଼ିଆ ବାର୍ତ୍ତା ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜି, କୃଷ୍ଣ ରାଉତ, ଶୁଶିଲ ନାଏକ, ବରିଷ୍ଠ ସମାଜସେବୀ ମନୋଜ ପାତ୍ର ଓ ପ୍ରକାଶ ଦୁରିଆ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦିବଂଗତ ସାମ୍ବାଦିକ ପ୍ରଭାକର ପଟ୍ଟନାୟକ ସାମ୍ବାଦିକତା ଓ ରାଜନୈତିକ କ୍ଷେତ୍ରରେ ଲୋକପ୍ରିୟ ଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ସାମ୍ବାଦିକଙ୍କ ସହ ବିଜେପି, ବିଜେଡି ଓ କଂଗ୍ରେସ ଦଳ କର୍ମକର୍ତ୍ତା ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.