ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣମାସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ପୋଷଣ ବିଶେଷଜ୍ଞ ବିଶ୍ୱନାଥ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପୋଷଣର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ରାଷ୍ଟ୍ରରେ ସୁସ୍ଥ ଯୁବକର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧ୍ୟକ୍ଷ୍ୟ ପରମେଶ୍ୱର ମୁଣ୍ଡ ଏହାର ଉପକାରିତା ବିଷୟରେ ଗୁରୁତ୍ୱ ଦେଇଥିଲେ। ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ସଭା ପରିଚାଳନା କରିଥିବା ବେଳେ ଏନ୍‌ସିସି ଅଫିସର ଶୁଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଫାଲଗୁନୀ ପ୍ରଧାନୀ, ମୀନକେତନ ସାହୁ, ମିକୁ ମିକ୍ସ ନିଆଲ, ମନ୍ଦାକିନି ପ୍ରଧାନ ଓ ପୁରୀତ ରଣା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.