ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଆଜି ଲାଞ୍ଜିଗଡ଼ ଆଞ୍ଚଳିକ ଉନ୍ନୟନ ପରିଷଦର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ ହୋଇଯାଇଛି। ଏହି ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲାଞ୍ଜିଗଡ଼ରେ ବ୍ଲକ୍ ଅଫିସ୍ ସ୍ଥାପନ କରିବା,ଲାଞ୍ଜିଗଡ଼କୁ ଏନ୍ଏସି ଘୋଷଣା, ସରକାରଙ୍କ ଦ୍ବାରା ଘୋଷିତ ଲାଞ୍ଜିଗଡ଼ ଆଇଟିଆଇ ପ୍ରତିଷ୍ଠା, ଲାଞ୍ଜିଗଡ଼ରେ ରେଜିଷ୍ଟ୍ରାର ଓ ଟ୍ରେଜେରି ଅଫିସ୍ ପ୍ରତିଷ୍ଠା, ଅତିରିକ୍ତ ତହସିଲ ଅଫିସ୍ ପ୍ରତିଷ୍ଠା, ବସ୍ଷ୍ଟାଣ୍ଡ ନିର୍ମାଣ, ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନତୀକରଣ, ଛଅ ଗୋଟି ପଞ୍ଚାୟତ ବିଭିନ୍ନ ରାସ୍ତା, ଆଲୋକି କରଣ ଆଦି ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରିବା ନେଇ ଲାଞ୍ଜିଗଡ଼ ତଥା ପାଖ ପଡ଼େଶୀ ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଗତ ସେପ୍ଟେମ୍ବର ୧୪ ତାରିଖରେ ଏହି ଅନୁଷ୍ଠାନ ଗଠନ ହୋଇଥିଲା। ଆଜି ଏହିର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନୀ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁରେନ୍ଦ୍ର ପ୍ରତାପ ସିଂ ଦେଓ ଯୋଗ ଦେଇଥିବା ବେଳେ ସଂମ୍ମାନୀତ ଅତିଥିଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଛତ୍ରପୁର ସରପଞ୍ଚ ସୁଷମା ମାଝୀ,ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେଶନିଆ, ଲାଞ୍ଜିଗଡ଼ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ଲାଞ୍ଜିଗଡ଼ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସେନାପତି ନାଏକ, ସମାଜସେବୀ ସୁବାସ ଅଗ୍ରୱାଲ, ଯୁବ ସମାଜସେବୀ ସୁବାଷ ମହାପାତ୍ର ଓ ପାତ୍ର ମାଝୀ, ସୁରେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀମୁଖ ଅଗସ୍ତି ପରିଚାଳନା କରିଥିବାବେଳେ ସମସ୍ତ ଅତିଥିମାନଙ୍କୁ ଫୁଲତୋଳା ଓ ଉପଢୋକାନ ଦେଇ ସଂମ୍ମାନୀତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଏହି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଉନ୍ନୟନ ପରିଷଦକୁ ପରିଚାଳନା କରିବା ପାଇଁ ପୂର୍ବରୁ ଏକ ଗଭଣ୍ଡିଂବଡି କମିଟି ଗଠନ ହୋଇଥିଲା ଏଥିରେ ଶ୍ରୀଧର ପେଶନିଆ ସଭାପତି, ରାଜେନ୍ଦ୍ର ପ୍ରତାପ ସିଂଦେଓ କାର୍ଯ୍ୟକାରୀ ସଭାପତି, ଶ୍ରୀମୁଖ ଅଗସ୍ତି ସାଧାରଣ ସମ୍ପାଦକ, ଅଶୋକ ପଟ୍ଟନାୟକ, ଶିଶିର ପୂଝାରୀ ଓ ଭୂପେନ୍ଦ୍ର ମହରଥା ସହ ସମ୍ପାଦକ, ସୁବାସ ଅଗ୍ରୱାଲ କୋଷାଧ୍ୟକ୍ଷ, ସୁବାସ ଚନ୍ଦ୍ର ମହାପାତ୍ର ସହ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ସେହିପରି କମିଟିରେ ୨ ଜଣ କନଭେନର ଚନ୍ଦ୍ରଧ୍ୱଜ ପେଶନିଆ ଓ ରାଜେନ୍ଦ୍ର ପ୍ରତାପ ସିଂ ଦେଓ ରହିଥିବା ବେଳେ ଆଇନ ପରାମର୍ଶଦାତା ସିଦ୍ଧାର୍ଥ ନାୟକ,ଆଇନଜିବୀ ଅନ୍ ୱାର ଭାରତୀ ରହିଛନ୍ତି।ଉପଦେଷ୍ଟା କମିଟିରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ଵତୀ ମୁଣ୍ଡା, ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ, ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ଜଗନ୍ନାଥପୁର ସରପଞ୍ଚ ମୁଗୁନା ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ତ୍ରିଲୋଚନପୁର ସରପଞ୍ଚ ରହିଥିବା ବେଳେ କାମରାଜ ଦଳବେହେରା, ସେନାପତି ନାଏକ, ବିପିନ୍ ପଟ୍ଟନାୟକ, ଧାନ ମାଝୀ, ହରେକୃଷ୍ଣ ଯୋଷି, ତ୍ରିନାଥ ମହାଖୁଡ ରହିଛନ୍ତି। ସେହିପରି ମିଡ଼ିଆ ସେଲ୍ ପରିଚାଳନା କମିଟି ଭାବେ କ୍ଷମାନିଧି ମହାଖୁଡ଼, ଏମ୍. ଚନ୍ଦ୍ରଶେଖର ମହେଶ୍ବର ପତି ରହିଛନ୍ତି। ଏହା ବ୍ୟତୀତ ଲାଞ୍ଜିଗଡ଼, ବସନ୍ତପଡା, ଛତ୍ରପୁର, ବାତେଲିମା, ଜଗନ୍ନାଥପୁର ଓ ତ୍ରିଲୋଚନପୁର ୬ ଗୋଟି ପଞ୍ଚାୟତର ୭୫ ଜଣ ଏଜ୍ଜୁକେଟିଭି ମେମ୍ବର ରହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ୬ ଗୋଟି ପଞ୍ଚାୟତର ଶତାଧିକ ମହିଳା, ପୁରୁଷ, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ। ଶେଷରେ ଯୁବ ସମାଜସେବୀ ପାତ୍ର ମାଝୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।