ନୂଆପଡା ଉପ-ନିର୍ବାଚନରେ ପ୍ରାର୍ଥୀ ଦେବ ସମାଜବାଦୀ ପାର୍ଟି

ଖୁବ ଶୀଘ୍ର ହେବ ପ୍ରାର୍ଥୀ ଘୋଷଣା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିର୍ଦେଶ କ୍ରମେ ଓଡିଶାରେ ହେବାକୁ ଯାଉଥିବା ନୂଆପଡା ଉପ ନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଏ ନେଇ ଗଣମାଧ୍ୟମ ବିବୃତିରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ  ସମାଜବାଦୀ ପାର୍ଟି  ପଛୁଆ, ଦଳିତ, ଆଦିବାସୀ ଏବଂ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ଏବଂ ସାମାଜିକ ନ୍ୟାୟ ପାଇଁ ସାରା ଭାରତ ବର୍ଷରେ ତା’ର ସଂଗ୍ରାମ ଜାରି ରଖିଛି। ଓଡିଶାରେ ଚାଲୁଥିବା ଡବଲ ଇଂଜିନ ସରକାର ଓଡ଼ିଆ ଲୋକଙ୍କ ସ୍ୱାର୍ଥ ବିରୋଧୀ। ଭାଜପା ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ସୁରକ୍ଷା ବିପର୍ଯ୍ୟସ୍ତ, ବେରୋଜଗାରୀ ଉତ୍କଟ, ଦୁର୍ନୀତି, ଭ୍ରଷ୍ଟାଚାର ଚରମ ସୀମାରେ ପହଁଚିଛି। ସମାଜବାଦୀ ପାର୍ଟି ସରକାରଙ୍କ ବିଫଳତାକୁ ନେଇ ନୂଆପଡାର ଲୋକଙ୍କୁ ପାଖକୁ ଯିବ। ପଛୁଆ, ଦଳିତ, ଆଦିବାସୀ ଏବଂ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ସମର୍ଥନରେ ପାର୍ଟି ଏଠାରେ ବିଜୟୀ ହେବ ବୋଲି ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି। ଅନ୍ୟପକ୍ଷରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସରୁ ଘାସିରାମ ମାଝୀ, ବିଜେପିରୁ ଜୟ ଢୋଲକିଆ ଏବଂ ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ ପାର୍ଥୀ ଘୋଷିତ ହୋଇଛନ୍ତି। ଏବେ ସମାଜବାଦୀ ପାର୍ଟି କାହାକୁ ପାର୍ଥୀ କରିବ ତାହାର ଉପରେ ସମସ୍ତଙ୍କର ନଜର ରହିଛି।

                     

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.