ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମ ପଞ୍ଚାୟତ ର ତୃତୀୟ ବର୍ଷ ପାଇଁ ଆ ର ସି ବି ଯୁବକ ସଂଘ ନୁଆଁଭଦ୍ରା ଫପସି ଆଯୋଜକ କମିଟି ଦ୍ୱାରା ସ୍ଥାନିୟ ଆମ୍ବେଦକର ଭବନ ରେ ଫପସି ମହୋତ୍ସବ ଲୋଗୋ ଉନ୍ମୋଚନ ହୋଇଯାଇଛି। ଚଳିତ ବର୍ଷ କିପରି ଧୁମ ଧାମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ରାଜ୍ୟ ବାହାରୁ ତଥା ରାଜ୍ୟ କଳାକାର ଆସି ଯୋଗଦାନ କରିବେ। ସେ ବିଷୟରେ ଆଲୋଚନା ହୋଇଥିଲା। ଏହି ମହୋତ୍ସବ ୦୭..୧୧..୨୦୨୫ ରୁ ଆରମ୍ଭ ହୋଇ ୧୨..୧୧..୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ। ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସରପଞ୍ଚ ମନୀଷ ସୁନା, ମୁନା ରହିତ ମହାନନ୍ଦ ମହେନ୍ଦ୍ର ତାଣ୍ଡି ଲେଖାମଣି ବାଗ ରମେଶ ମହାନନ୍ଦ ତପନେ ନାଗ ବୀରବର ସୁନା ଅଭି ମହାନନ୍ଦ ଆଦି।