ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ କୁ ଅଚାନକ ପରିଦର୍ଶନ କରିଥିଲେ l ସେହି ସମୟରେ କାର୍ଯ୍ୟଳୟ ର ବରିଷ୍ଠ କିରାଣୀ କାଳୁ ଚରଣ ମିର୍ଦ୍ଧା ଟେବୁଲ ଉପରେ ଗୋଡ ରଖି ବସିଥିବା ଦେଖି ତାଙ୍କ ପାଖକୁ ଯାଇଥିଲେ l ଦେଖିଲା ବେଳକୁ କାଳୁ ସଂପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ଥିବା ହେତୁ ମଦ ନିଶାର ଗନ୍ଧ ଯାଞ୍ଚ କରିବା ସହ ତୁରନ୍ତ ସେଠାରେ ହିଁ ଜିଲ୍ଲାପାଳ କାଳୁ କୁ ଜଳଛାୟା ପ୍ରକଳ୍ପ ର ମୂଖ୍ୟ ନିର୍ବାହୀ ଅଧିକାରୀ ଦେବରାଜ ଦାସ ଙ୍କ ଉପସ୍ଥିତିରେ ନିଲମ୍ବନ ଆଦେଶ ପ୍ରଦାନ କରିଥିବା ସୂଚନା ମିଳିଛି l ନିଲମ୍ବନ ସମୟରେ ଶ୍ରୀ ମିର୍ଦ୍ଧାଙ୍କ ମୁଖ୍ୟାଳୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଂସ୍ଥାପନା ଶାଖା କୁ ଜିଲ୍ଲାପାଳଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଛି l ଏହି ନିଲମ୍ବନ ପରେ ଜିଲ୍ଲାର ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟର ନିଜ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ଏହା ସତର୍କ ଘଣ୍ଟି ଓ ଚେତାବନୀ ଭାବେ ପ୍ରଭାବ ପକାଇବ ସହିତ ସଚେତନ କରାଇବ ବୋଲି ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ହେଉଛି l