ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ବୁଢ଼ୀପଦର ସ୍ଥିତ ଅନୁଷ୍ଠାନର ସଭାଗୃହରେ ଏନେଇ ଆୟୋଜିତ ବୈଠକର ସଭାପତିତ୍ବ କରିଥିଲେ ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡାମାଝୀ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାବେ ପୁନର୍ବାର ବିଜୟ କୁମାର ଧଙ୍ଗଡାମାଝୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି। ସେହିପରି ଭାବେ ସର୍ବସମ୍ମତିକ୍ରମେ ସଭାପତି ଭାବେରେ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଉପସଭାପତି ଭାବେ ଜୟଦ୍ରଥ ଜାଲ, ସାଧାରଣ ସମ୍ପାଦକ ଭାବେ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ଭାବରେ ସୁଧୀର କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଭାବେ ସୁରେଶ କୁମାର ଧଙ୍ଗଡାମାଝୀ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ, କ୍ରୀଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡାମାଝୀ ଓ ସଂଗଠନ ସମ୍ପାଦକ ଭାବେ ପ୍ରକାଶ ଧଙ୍ଗଡାମାଝୀ ମନୋନୀତ ହୋଇଛନ୍ତି। ଆଗକୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୫ ଓ ବାର୍ଷିକ ଉତ୍ସବ ପାଳନ ନେଇ ତାରିଖ ଘୋଷଣା ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.