ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ  ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସନାତନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏବଂ ପଡିଆବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଜବାହର ଲାଲ୍ ନେହେରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧଣ୍ଡାମୁଣ୍ଡାର ଇଂରାଜୀ ଭାଷା ଓ ସାହିତ୍ୟ ଅଧ୍ଯାପକ ନବୀନ କୁମାର ବାରିକ, ମୁଖ୍ୟବକ୍ତା ଭାବେ ଓଡିଆ ଭାଷା ଓ ସାହିତ୍ୟ ଅଧ୍ଯାପକ ରବିନ୍ଦ୍ର କୁମାର ବାରିକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୟପାଳ ବେହେରା, ଭରୁଆମୁଣ୍ଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ପଞ୍ଚାନନ କରନ ପ୍ରମୁଖ ମଞ୍ଚାସୀନ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା କଳାର ବିକାଶ କେମିତି ହୋଇପାରିବ ସେଥିପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନେ ମଧ୍ଯ ଆଗେଇ ଆସିବା କଥା ବୋଲି ଅତିଥି ମାନେ ମତ ରଖିଥିଲେ। ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଏବଂ ମୋ ସ୍ବପ୍ନର ଓଡିଶା ବିଷୟରେ ଅତିଥି ମାନେ ସୁନ୍ଦର ଭାବରେ ନିଜ ନିଜର ବକ୍ତବ୍ଯ ରଖିଥିଲେ। ସବ୍ ଜୁନିୟର, ଜୁନିୟର, ସିନିୟର ଦଳର ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରେ ଡିବେଟ୍, ଗୀତ ଓ ନାଚ ତଥା ରଂଗାରଂଗ କାର୍ଯ୍ୟକ୍ରମ ମଧ୍ଯ ଆୟୋଜିତ ହୋଇଥିଲା। ଶିକ୍ଷକ ଲେକ୍ରୁ ଧରୁଆ ମଞ୍ଚ ପରିଚାଳନା କରିଥିଲେ ଏବଂ ବାଲକୃଷ୍ଣ ପୁରୋହିତ ପୂଜା କାର୍ଯ୍ୟକ୍ରମ ରେ ସାହାଯ୍ୟ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଗୋଷ୍ଠୀ ସହ ଶିକ୍ଷାଧିକାରୀ ତଥା ବିଆରସିସି ରୁଦ୍ର ଦେବ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ସିଆରସିସି ସନାତନ ବାରିକ,  ପଡିଆବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ମେହେର ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ୍, ଟ୍ରଫି ତଥା ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ଶେଷରେ ଉପେନ୍ଦ୍ର ପଧାନ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଭାରତୀ ବେଣ୍ଚକାର, କମଳ ବିଶ୍ବାଳ, ସୁକଦେବ କାଲସାଏ, ପ୍ରହଲ୍ଲାଦ ନାଏକ, ସୁଶାନ୍ତ ମହାନନ୍ଦ, ଅଶୋକ ମେହେର, ରାକ୍ଷୀ ଦାସ, କାଦମ୍ବିନୀ ସାହୁ, ପୁଷ୍ପାଞ୍ଜଳି ସୁନା, ପାୟଳ ବରିହା, ଚିତ୍ତରଂଜନ ସାହୁ, ରାଜୁ ଭୋଇ, ସୁମନ୍ତ ଶବର, ନକୁଳ ମହରା ଜ୍ଞାନ ରଂଜନ ଖଟୁଆ ଆଦି ବିରାରକ ଦାୟିତ୍ୱ ତୁଲାଇବା ସହିତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.