ବସ୍ତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ପାଳିତ: ହରପାର୍ବତୀଙ୍କ ଠାରେ ୭୯ଟି ଦୀପଦାନ କଲେ ବିଧାୟିକା ସୁବାସିନୀ ଜେନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି। ଏହି ଜନ୍ମଦିବସ ଉପଲକ୍ଷେ ଗତକାଲି ବସ୍ତା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଲଙ୍ଗଳେଶ୍ବର ଠାରେ ଏକ ବିଶାଳ ସମାରୋହ ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାରେ ଲଙ୍ଗଳେଶ୍ବର ସ୍ଥିତ ହରପାର୍ବତୀ ମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ହରପାର୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ୭୯ଟି ଦୀପଦାନ କରିଥିଲେ।

ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ତଥା ବିଭିନ୍ନ କ୍ଷେତ୍ରରେ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଓଡ଼ିଶା ଆଜି ଦେଶ ତଥା ବିଶ୍ଵ ଦରବାରରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।

ଶିକ୍ଷା ଓ ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ସେ କରିଥିବା ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ଓଡ଼ିଶାର ରୂପାନ୍ତରଣ ଦିଗରେ ଏକ ମୂଳଦୁଆ ସ୍ଥାପନ କରିବା ସହିତ ଆମ ରାଜ୍ୟର ଅଗଣିତ ଜନସାଧାରଣଙ୍କ ଜୀବନରେ ଏକ ସ୍ଥାୟୀ ପରିବର୍ତ୍ତନ ଆଣିପାରିଥିବାରୁ ମହାପ୍ରଭୁ ଜଗନ୍ନାଥ ଏବଂ ହରପାର୍ବତୀ ତାଙ୍କୁ ଦୀର୍ଘାୟୁ ଓ ସୁସ୍ଥ ରଖନ୍ତୁ ଓ ଏହିପରି ସେ ଓଡ଼ିଶା ବାସୀଙ୍କ ସେବା କରି ଚାଲୁଥାନ୍ତୁ ବୋଲି ବିଧାୟିକା ସୁବାସିନୀ ଜେନା କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବସ୍ତା ବ୍ଲକ ବିଜେଡ଼ି ସଭାପତି ଅନିଲ ମହାନ୍ତି, ବାଲିଆପାଳ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ବରିଷ୍ଠ ବିଜେଡି ନେତା ଚକ୍ରଧର ଗିରି, ଭଗବାନ ଗିରି, ଲକ୍ଷ୍ମୀଧର ଦାସ, ପ୍ରଦୀପ ବିଶ୍ଵାଳ, ଅଜୟ କୁମାର ସାମଲ, ସୁବ୍ରତ ପଣ୍ଡା, ମହେଶ୍ୱର ଜେନା, ଦେବ କୁମାର ଦେ, ଅଜୟ ପାତ୍ର, ଅଶ୍ଵିନୀ ଜେନା, ଅନ୍ତର୍ଯ୍ୟାମୀ ବେହେରା, ରତ୍ନାକର ବିଶ୍ଵାଳ,

ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ, ବେଣୁଧର ଜେନା, ବିଜେଡ଼ି ନେତା ନିତ୍ୟାନନ୍ଦ ଜେନା, ହରେକୃଷ୍ଣ ଜେନା, ଦେବୀ ପ୍ରସାଦ ଭଞ୍ଜ, ଅବଦୁଲ ହମିଦ ଖାନ, ଅରୁଣ ପାଣିଗ୍ରାହୀ, ରଞ୍ଜନ ଧଳ, ଜୟନ୍ତ ଦାସ, କମଳା ମଲ୍ଲିକ, ମୃତ୍ୟୁଞ୍ଜୟ ନାୟକ, ଚନ୍ଦ୍ରମୋହନ ଦାସ, ମନ୍ମଥ ବାରିକ, ମହିଳା ବିଜେଡ଼ି ସଭାପତି କସ୍ତୁରୀବାଳା ପାତ୍ର, ଲିପିକା ରାଉଳ, ଯୁବ ଛାତ୍ର ବିଜେଡି ସଦସ୍ୟ ଅନୁପମ ମହାନ୍ତି, ଦିଲୀପ ଦଳାଇ, ସୁଶାନ୍ତ ବେହେରା, ଶାନ୍ତନୁ ବେରାଙ୍କ ସମେତ ବହୁ ଯୁବ, ଛାତ୍ର,ମହିଳା ଓ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.