ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରମତଲାଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କରମତଲା ପଞ୍ଚାୟତ ସଦର ମହକୁମା ସ୍ଥିତ ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆଲୁମିନି ସଭାପତି ରାଜକିଶୋର ସିଂ ବୁଡ଼େକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ | ବିଦ୍ୟାଳୟ ସିଆରସିସି ପ୍ରମୋଦ କୁମାର ବୁଡ଼େକଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ସୁନୀଲ ଭୋଇ, ହେମନ୍ତ କରନଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ ମୁଖ୍ୟ ଅତିଥି, ଏବିଇଓ ନାରାୟଣ ଭୋଇ ମୁଖ୍ୟ ବକ୍ତା, ଏବିଇଓ ନରେନ୍ଦ୍ର ସାହୁ, ଅଧ୍ୟକ୍ଷ ଦ୍ବୀତିକୃଷ୍ଣ ପଧାନ, ସରପଞ୍ଚ ତିଳୋତ୍ତମା ବାଗ, ସିଆରସିସି ହରେକୃଷ୍ଣ ନାଗ, ସିଆରସିସି ଶେଷଦେବ ପଧାନ, ସିଆରସିସି ଟିକେଶ୍ୱର ଭୋଇ, ସାମ୍ବାଦିକ ରମାକାନ୍ତ ରାଜପଲିଆ, ସାମାଜିକ କର୍ମୀ ପ୍ରଦୀପ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ | କ୍ଲଷ୍ଟର ଅନ୍ତର୍ଗତ ୧୧ ବିଦ୍ୟାଳୟର ଛାତ୍ରଛାତ୍ରୀ ଡ୍ରଇଂ, ସୃଜନୀ ଲିଖନ, ଡିବେଟ, ପ୍ରବନ୍ଧ ଲିଖନ, ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ | ୧୧ ଜଣ କୃତି ପ୍ରତିଯୋଗୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ | ଶିକ୍ଷକ ଜଗଦୀଶଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.