ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାର ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ମୋବାଇଲ ଲୁଟ୍ ଘଟଣାରେ କମିସନରେଟ୍ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗତ ସୋମବାର ଦିନ ରାୟଗଡ଼ା ଜିଲ୍ଲା ର ଶିକ୍ଷକ ଶ୍ରୀ ସାହୁ ରାଜ୍ୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଏକ କର୍ମଶାଳାରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଯାଇଥିଲେ । ୬ ନମ୍ବର ପ୍ଲାଟଫର୍ମରୁ ବାହାରି କଟକରୋଡକୁ ଚାଲିଚାଲି ଯାଉଥିବା ବେଳେ ତାଙ୍କୁ ଅଜଣା ଦୁର୍ବୃତ୍ତ କାଠ ଫାଳିଆରେ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଫୋନ ଲୁଟି ନେଇଥିଲେ । ଆକ୍ରମଣ ଯୋଗୁଁ ତାଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ୍ ପଡ଼ିଥିଲା । ଏନେଇ ଶ୍ରୀ ସାହୁ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ବିଭିନ୍ନ ସଂଗଠନ ଏବଂ ବୁଦ୍ଧିଜୀବି ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ଦାବି କରିଥିଲେ । ଏପରିକି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଶ୍ରୀ ସାହୁଙ୍କ ଆକ୍ରମଣ ଘଟଣାରେ ଚିନ୍ତାବ୍ୟକ୍ତ କରି ରାଜଧାନୀରେ ଘଟୁଥିବା ଅପରାଧକୁ ନେଇ ସମାଲୋଜନା କରିଥିଲା । ଘଟଣାର ତଦନ୍ତ କରି ଭୁବନେଶ୍ବର ବୁଦ୍ଧ ନଗରର ଅର୍ଜୁନ ପ୍ରଧାନ ଓ ପିଡବ୍ଲ୍ୟୁଡି ବସ୍ତି କଦଳୀ ଗୋଦାମର ସୁନିଲ ନାଇକକୁ ଗିରଫ କରି ତାଙ୍କ ଠାରୁ ୩ଟି ମୋବାଇଲ ଫୋନ ଜବତ କରିଥିଲେ । ଆହତ ଶ୍ରୀ ସାହୁ ଏବେ ବିପଦ ମୁକ୍ତ ଥିବା ଡ଼ାକ୍ତର କହିଥିବା ଆଜି ରାୟଗଡ଼ା ଫେରୁଥିବା ତାଙ୍କ ବଡଭାଇ କିର୍ତ୍ତୀ ଚନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.